୩୭ ବର୍ଷୀୟ ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା : ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଶବ ।

2,346

ଟେଲିଭିଜନ୍ ର ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା । ୩୭ ବର୍ଷୀୟ ଏହି ଅଭିନେତାଙ୍କ ଶବ ଗତକାଲି ରାତିରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କୁଶଲଙ୍କ ଆକସ୍ମିକ ମୃତ୍ୟୁକୁ ସମ୍ପୁର୍ଣ୍ଣ ଟିଭି ଇଣ୍ଡଷ୍ଟ୍ରୀ ଏବଂ ପ୍ରଶଂସକ ଏବେ ବି ବିଶ୍ୱାସ କରିପାରୁନାହାନ୍ତି । ଆଜି ଦିନ ୧ ଟା ସମୟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟାର ଖବର ଅଭିନେତା କରଣବୀର୍ ବୋହରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଦେଇଥିଲେ । କୁଶଲ୍ ଏବଂ କରଣବୀର୍ ଦୁହେଁ ଭଲ ବନ୍ଧୁ ଥିଲେ । କୁଶଲଙ୍କ ମୃତ୍ୟୁକୁ ନେଇ କରଣ୍ ଇନଷ୍ଟାଗ୍ରାମରେ ହୃଦୟସ୍ପର୍ଶୀ ଲେଖା ପୋଷ୍ଟ କରିଛନ୍ତି ।

କୁଶଲ୍ ଙ୍କୁ ଶେଷଥର ପାଇଁ ସିରିଏଲ୍ “ଇସ୍କ ମେଁ ମରଜାୱାଁ ”ରେ ଅଭିନୟ କରିଥିବା ଦେଖାଯାଇଥିଲା । କୁଶଲ୍ ଙ୍କ ଜଣେ ୟୁରୋପିୟନ୍ ପତ୍ନୀ ଏବଂ କୁନି ପୁଅ ଅଛନ୍ତି । କ୍ୟାରିୟର୍ ଆରମ୍ଭରୁ ଜଣେ ମଡେଲ୍ , ପରେ ସିରିଏଲ୍ ଅଭିନେତା ଏବଂ କିଛି ସିନେମାରେ ମଧ୍ୟ ତାଙ୍କ ଅଭିନୟର ଜାଦୁ ଦେଖିବାକୁ ମିଳିଥିଲା ।