ପ୍ରିୟଙ୍କାଙ୍କ ଡ୍ରେସ୍ ଝଡ଼ରେ କ୍ଷତବିକ୍ଷତ ହେଲେ ବୁଦ୍ଧାଦିତ୍ୟ ! ସଂସ୍କାର ଆଉ ସମ୍ମାନର ପାଠ ପଢାଇ ନିଜେ ହେଲେ ଲଜ୍ଜିତ

45

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟ ! ପ୍ରିୟଙ୍କା ଚୋପ୍ରାଙ୍କ ପୋଷାକକୁ ନେଇ ଫେସବୁକରେ ଝଡ । ପ୍ରଧାନମନ୍ତ୍ରୀଙ୍କ ସହ ଫଟୋକୁ ନେଇ ଉଠାଇଲେ ପ୍ରଶ୍ନ । ଏହେଉଛି ସବୁ ବିବାଦର ମୂଳ କାରଣ । ଫେସବୁକରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ଓଲିଉଡ୍ ହିରୋ ବୁଦ୍ଧାଦିତ୍ୟ ମହାନ୍ତି । ଗୋଟିଏ ଫଟୋ ମୋଦିଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କ ସାକ୍ଷାତ୍ ବେଳର । ଅନ୍ୟଟିରେ ମାଆଙ୍କ ସହ ପ୍ରିୟଙ୍କା ଚୋପ୍ରା ।

ତେବେ ବିବାଦର ପ୍ରସଙ୍ଗ ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ପୋଷାକ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧାଦିତ୍ୟ । ଫଟୋ ସହ ବୁଦ୍ଧାଦିତ୍ୟ ଲେଖିଛନ୍ତି ତୁମେ ସବୁବେଳେ ପାଶ୍ଚାତ୍ୟ ଏବଂ ଅଙ୍ଗ ପ୍ରଦର୍ଶନ କର । ତେବେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ତୁମେ ଭାରତୀୟ ପୋଷାକ ପିନ୍ଧି ପାରିଥାନ୍ତ । ଫଟୋ ପୋଷ୍ଟ କଲା ବେଳେ ବି ଅତ୍ୟନ୍ତ ନିର୍ଲଜ ଭାବେ ଜଂଘ ଦେଖାଇ ଫଟୋ ଦେଇଥାଅ । ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଏହା କଣ ତମର ସମ୍ମାନ ପ୍ରଦର୍ଶନ । ଏଥିପାଇଁ କିଏ ତମକୁ ସମର୍ଥନ କରିବ ।

ବୁଦ୍ଧାଦିତ୍ୟଙ୍କ ଏହି ପୋଷ୍ଟ ପରେ ଆରମ୍ଭ ହୋଇଛି ଝଡ । କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ ଅଧିକାଂଶ ବିରୋଧ କରିଛନ୍ତି । ଅଧିକାଂଶ ମହିଳା ପ୍ରଶଂସକ ଓ ବନ୍ଧୁଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି । ଏପରିକି ବିରୋଧ କରିଥିବା କିଛି ପ୍ରଶଂସକଙ୍କ ସହ ଗାଳିଗୁଲଜ ବି ହୋଇଛି । ବ୍ୟକ୍ତିଗତ ସ୍ତରକୁ ଯାଇ ଅଶ୍ଲୀଳ ଭାଷା ପ୍ରୟୋଗ ହୋଇଛି । କିଛି ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ବୁଦ୍ଧାଦିତ୍ୟଙ୍କୁ ସମର୍ଥନ କରିଛନ୍ତି । ବଦଳରେ ଧନ୍ୟବାଦ ଦେଇଛନ୍ତି ବୁଦ୍ଧାଦିତ୍ୟ ।

ଫେସବୁକରେ ପୋଷ୍ଟ ଭାଇରାଲ୍ ହେବା ପରେ ଶେଷରେ ସାମ୍ନାକୁ ଆସିଛନ୍ତି ଓଲିଉଡର ଏହି ଅଭିନେତା । କହିଛନ୍ତି ତାଙ୍କ ଫେସବୁକ୍ ଆକାଉଂଟ୍ ହ୍ୟାକ୍ ହୋଇଛି । ଗତ ୩ ମାସରେ ଏହା ଦ୍ୱିତୀୟ ଘଟଣା । ଏଥିପାଇଁ ସେ ଫେସବୁକକୁ ନୋଟିସ ପଠାଇବା ସହ ସେ କାହାକୁ ଦୁର୍ବ୍ୟବହାର କରିନଥିବା କହିଛନ୍ତି । ଏଥିସହ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।