ଦୁର୍ଘଟଣାରେ ଅଙ୍କୁଶ ଲଗାଇଲା ନୂଆ ଆଇନ୍ ! ସଂସଦରେ ମନ୍ତ୍ରୀ କହିଲେ, ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ୯ ପ୍ରତିଶତ କମିଛି ଦୁର୍ଘଟଣା ।

520

କନକ ବ୍ୟୁରୋ: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଦୁର୍ଘଟଣା ଅନୁପାତରେ ଅଙ୍କୁଶ ଲାଗିଛି । ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଦେଶରେ ମୋଟ ୩,୩୭୫ଟି ସଡ଼କ ଦୁର୍ଘଟଣା ଘଟିଥିଛି, ଯାହାକି ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ୩.୭୨୯ ଟି ଥିଲା ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି । ଆଉ ଏନେଇ ସଂସଦରେ ଲିଖିତ ତଥ୍ୟ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

ସବୁଠାରୁ ବଡ଼ କଥା ହେଲା, ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ସଡ଼କ ଦୁର୍ଘଟଣା ସଂଖ୍ୟା ୯ ପ୍ରତିଶତ ହ୍ରାସ ପାଇଛି । ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦୁର୍ଘଟଣା ସମ୍ପର୍କିତ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଚଣ୍ଡିଗଡ଼ରେ ଏହି ୨ ମାସରେ ସଡ଼କ ଦୁର୍ଘଟଣା ସଂଖ୍ୟା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି । ପୁଡୁଚେରୀରେ ୩୦ ପ୍ରତିଶତ, ଉତ୍ତରାଖଣ୍ଡରେ ୨୧ ପ୍ରତିଶତ ଓ ଗୁଜୁରାଟରେ ୧୪ ପ୍ରତିଶତ ହ୍ରାସ ପାଇଛି । ତେବେ ଛତିଶଗଡ଼ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୪ ପ୍ରତିଶତ ବୃଦ୍ଧି ପାଇଛି ।