କନକ ବ୍ୟୁରୋ : ବିଜେଡି ନେତାଙ୍କୁ ନେଇ ବିଜେପି ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କେନ୍ଦ୍ର ଓ ବିଜେଡି ସରକାର କିଭଳି ରାଉରକେଲାକୁ ଅବହେଳା କରୁଛନ୍ତି ସେ ନେଇ ଆଲୋଚନାଚକ୍ରର ଆୟୋଜନ କରୁଛନ୍ତି । ବାରିପଦାରେ ରାଜ୍ୟ କାର୍ଯ୍ୟକାରିଣୀ ଚାଲିଥିବାବେଳେ ଏହି ଦୁଇ ନେତା ବୈଠକରେ ସାମିଲ ନ ହୋଇ ବିଜେଡି ସାଂସଦ ତଥାଗତ ସତପଥୀଙ୍କ ସହ ଏକ ଆଲୋଚନାଚକ୍ରର ଆୟୋଜନ କରିଛନ୍ତି । ଏକ ସଚେତନ ନାଗରିକ ମଂଚ ଜରିଆରେ ଏଭଳି ବୈଠକର ଆୟୋଜନ କରାଯାଇଛି । ବିଜେପି ସହ ଦିଲ୍ଲୀପ ଓ ବିଜୟଙ୍କ ଦୂରତ୍ୱ ବଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଆସନ୍ତାକାଲିର ଏହି ବୈଠକ ଏଭଳି ଏକ ବିବାଦ ସୃଷ୍ଟି କରିଛି । ଏହି ଆଲୋଚନାଚକ୍ରରେ ଅଭ୍ୟର୍ଥନା କମିଟିର ସଭ୍ୟ ଥିବାବେଳେ ବିଜୟ ଓ ତଥାଗତ ଭୁବନେଶ୍ୱରରୁ ଯାଇ ରାଉରକେଲାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏଭଳି ଏକ ବୈଠକକୁ ରାଜନୈତିକ ସ୍ତରରେ ବେଶ ଗୁରୁତ୍ୱ ଦିଆଯାଉଛି । ଦିଲ୍ଲୀପ ଓ ବିଜୟ ବିଜେପିଠାରୁ ଦୂରେଇ ଯାଉଛନ୍ତି ବୋଲି ଯେଉଁ ଧାରଣ ହେଉଥିଲା ତାହାକାଲିର ବୈଠକରୁ ସ୍ପଷ୍ଟ ହେବ ସେମାନଙ୍କ ଆଭିମୁଖ୍ୟ କଣ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-22-at-10.13.31-PM.png)