ଭୁବନେଶ୍ୱର ଉପରେ ନାହିଁ କାହାର ନଜର । ଉଜୁଡି ଗଲାଣି ରାଜଧାନୀର ସୌନ୍ଦର୍ଯ୍ୟକରଣ କାମ ।

51

ଓଡିଶାର ରାଜଧାନୀ ଭୁବନେଶ୍ୱର ଯାହା ସ୍ମାର୍ଟ ସିଟିର ଆକ୍ଷା ପାଇଛି । ଏହାକୁ ଓଡିଶାର ମନ୍ଦିର ମାଳିନି ମଧ୍ୟ କୁହାଯାଏ । ଏଠାରେ ଅନେକ ଦେବାଦେବୀଙ୍କ ମନ୍ଦିର ସହିତ ଅନେକ ଶିଲାଲିପି ଏବଂ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ । ଯାହା ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଆହୁରି ତାଜା କରିଦେଇଥାଏ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ଧଉଳି ଗୀରି ପର୍ଯ୍ୟନ୍ତ ଅନେକ ଦର୍ଶନୀୟ ସ୍ତାନ ମଧ୍ୟ ରହିଛି ଯାହା ପର୍ଯ୍ୟଟକ ମାନଙ୍କୁ ବେସ ଆକର୍ଷିତ କରିଥାଏ । ବହୁ ଦୁର ଦୁରାନ୍ତରରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଠାକୁରଙ୍କୁ ଦର୍ଶନ କରିବା ସହ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । କିନ୍ତୁ ପୂର୍ବରୁ ତିଆରି କରାଯାଇଥିବା ଏହି କାରୁ କାର୍ଯ୍ୟ ଗୁଡିକ ଧିରେ ଧିରେ ନଷ୍ଟ ହେବାକୁ ଲାଗିଲାଣି ।

ଭୁବନେଶ୍ୱରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ରାସ୍ତା କଡରେ ବିଭିନ୍ନ ପ୍ରକାର ଫଟୋ ମୁର୍ତୀ ଠାରୁ ଆରମ୍ଭ କରି ଓଭର ବ୍ରିଜ ମାନଙ୍କରେ ମଧ୍ୟ ଅନେକ ଚିତ୍ର କରାଯାଇଛି । କିନ୍ତୁ ଏହାର ଠିକ ଜତ୍ନ ନିଆଯାଉନଥିବାରୁ ଏଗୁଡିକ ଏବେ ନଷ୍ଟ ହେବାକୁ ଲାଗିଲାଣି । ଏହା ପ୍ରତି କାହାରି ନଜର ନାହିଁ । ଯଦି ଏହାର ରକ୍ଷଣାବ୍ୟକ୍ଷଣା କାର୍ଯ୍ୟ ପ୍ରସାସନ ନିଜ ହାତକୁ ନିଅନ୍ତା ତେବେ ଏହି କାରୁକାର୍ଯ୍ୟ ଗୁଡିକୁ ନଷ୍ଟ ହେବାରେ ରୋକାଯାଇ ଭୁବନେଶ୍ୱରକୁ ଆହୁରି ଆକର୍ଷଣୀୟ କରିହୁଅନ୍ତା ।