ଅବଦୁର ରେହମାନଙ୍କୁ ପୁଣି ୭ ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଂଚ

27

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ ପୁଣି ୭ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ୧୦ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଂଚ । ଗତକାଲି ୧୦ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କଟକ ଜିଲ୍ଲା ସାଲେପୁର ଜେଏମଏଫସି କୋର୍ଟରେ ଅବଦୁରଙ୍କୁ ହାଜର କରାଯାଇଥିଲା । ସୁରକ୍ଷା ଦୃଷ୍ଟରୁ କେହମାନକୁ ଗୋଟିଏ ଦିନ ପୂର୍ବରୁ କୋର୍ଟରେ ହାଜର କରାଯାଇଥିଲା । ଏବେ ରେହମାନକୁ କ୍ରାଇମବ୍ରାଂଚର ମୁଖ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ଅଣାଯାଇଥିଲା ।