କଟକ ବ୍ୟୁରୋ, କନକ ନ୍ୟୁଜ୍ : କାନ୍ଦାହାରର କଟକ ଲିଙ୍କ୍ । ବିମାନ ଅପହରଣର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁର ରେହେମାନ୍ । ଏମିତି ଏକ ଚାଂଚଲ୍ୟକର ତଥ୍ୟକୁ ଆବଦୁରର ମୁହଁରୁ ଛଡାଇ ଆଣିବାରେ ସଫଳ ହୋଇଛି କ୍ରାଇମବ୍ରାଂଚର ଏସଟିଏଫ୍ । ୧୦ ଦିନିଆ ରିମାଣ୍ଡରେ ରଖି ଜେରା ବେଳେ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ହୁଏତ ଏକଥା ସତ ହୋଇପାରେ । ତେବେ ପ୍ରଶ୍ନ ଉଠୁଛି ଯେଉଁ ରାଜ୍ୟର ପୁଲିସ୍ ଆତଙ୍କବାଦୀ ଓଡିଶାରେ ରହିବା ବେଳେ ତାର ସୁରାଗ୍ ପାଇ ପାରିନଥିଲା , ସେହି ପୁଲିସ୍ ଜେରା ବେଳେ ଏତେସବୁ ତଥ୍ୟ କେମିତି ଓଗାଳି ପାରିଲା ।
କ୍ରାଇମବ୍ରାଂଚର ଏ ତଥ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା । ଚିଟଫଣ୍ଡ ଲିଙ୍କରେ ନେତା ଅଭିନେତା ଫସିଥିବା ବେଳେ କ୍ରାଇମବ୍ରାଂଚ ଅଛି ଚାପରେ । ତେଣୁ ରାଜ୍ୟବାସୀଙ୍କ ନଜରରୁ ଏ ପ୍ରସଙ୍ଗକୁ ହଟାଇବାକୁ ଏଭଳି କାହାଣୀ ତିଆରି କରାଯାଉଛି । ଚର୍ଚ୍ଚା ଏମିତି ବି ହେଉଛି , ଗଣମାଧ୍ୟମରେ ତଥ୍ୟ ପ୍ରମାଣ ସହ ନେତା ଅଭିନେତାଙ୍କ ଚିଟଫଣ୍ଡ ଲିଙ୍କ ନେଇ ଖବର ପ୍ରସାରଣ ପରେ ବି ଯେଉଁ ସଂସ୍ଥା ସେମାନଙ୍କୁ ଡାକି ଜେରା କରିବାକୁ ଡରୁଛି , ସେ ପୁଣି ଅବଦୁର୍ ରେହେମାନ ଠାରୁ ଏମିତି ଚାଚଂଲ୍ୟକର ତଥ୍ୟ କେମିତି ଓଗାଳି ପାରିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-23-20h26m09s120.png)