କନକ ବ୍ୟୁରୋ: ବିଧାୟକଙ୍କ ମଣିଷପଣିଆକୁ ନେଇ ଚର୍ଚ୍ଚା । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ନିଜ କାନ୍ଧରେ ଶବ ବୋହିଛନ୍ତି । ଆଠଗଡ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଂଚାୟତ ସତ୍ୟନାରାୟଣ ପୁର ଗାଁରେ ରାମଚନ୍ଦ୍ର ଦାସଙ୍କ ଆଜି ସକାଳେ ପରଲୋକ ହୋଇଥିଲା । ଖବର ପାଇବା ମାତ୍ରେ ବିଧାୟକ ସାଂଗେ ସାଂଗେ ଯାଇ ଗାଁରେ ପହଚିଂଥିଲେ । ଏପରିକି ବିଧାୟକ ନିଜେ କାନ୍ଧରେ ଶବ ବୋହିକି ଗାଁ ଶେଷ ଯାଏ ନେଇଥିଲେ । ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ବୟାନ କରୁଛି ଆଜି ବି ମଣିଷ ପରି ମଣିଷ ଟିଏର କାମ କରିଛନ୍ତି ବିଧାୟକ । ଆଠଗଡ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଂଚାୟତ ସତ୍ୟନାରାୟଣ ପୁର ଗାଁରେ ରାମଚନ୍ଦ୍ର ଦାସଙ୍କ ଆଜି ସକାଳେ ପରଲୋକ ହୋଇଥିଲା । ଖବର ପାଇବା ମାତ୍ରେ ବିଧାୟକ ତତକାଳ ଯାଇ ଗାଁରେ ପହଚିଂଥିଲେ ଏବଂ ନିଜେ କାନ୍ଧରେ ଶବ ବୋହିକି ଗାଁ ଶେଷ ଯାଏ ନେଇଥିଲେ । ଏହାପରେ ଶବକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା । ତେବେ ବିଧାୟକଙ୍କର ଏହି ବଡପଣ ଏବେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛି । ଆଉ ବିଧାୟକଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି ସ୍ଥାନୀୟ ବାସିନ୍ଦା ।
କିଛି ଦିନ ତଳେ ଏଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଥିଲା ରେଙ୍ଗାଲିରେ । ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଥିଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ । କେବଳ ସେ ନୁହନ୍ତି, ତାଙ୍କ ପୁଅ ମଧ୍ୟ କାନ୍ଧ ଦେଇଥିଲେ । ରେଙ୍ଗାଲି ସୋଢାମାଲ ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତି କରି ଚଳୁଥିଲେ । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର କୌଣସି ଲୋକ କାନ୍ଧ ଦେବାକୁ ଆସିନଥିଲେ । ମାତ୍ର ଯେତେବେଳେ ବିଧାୟକ ଏସଂପର୍କରେ ଖବର ପାଇଥିଲେ ସେ ନିଜର ସବୁ କାର୍ୟ୍ୟକ୍ରମ ବାତିଲ କରି ନିଜର ଦୁଇ ପୁଅକୁ ସାଙ୍ଗରେ ଧରି ଉକ୍ତ ସ୍ଥାନରେ ପଂହଚି ଯାଇଥିଲେ । ଆଉ ବୃଦ୍ଧାଙ୍କ ମୃତଦେହକୁ କୋକଇରେ ବାନ୍ଧି ଶ୍ମଶାନକୁ ନେଇଥିଲେ । ଖାଲି ଏତିକି ନୁହେଁ ବୈଦିକ ରୀତିରେ ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରାଇଥିଲେ ବିଧାୟକ ରମେଶ ପଟୁଆ।