୪ବର୍ଷ ପରେ ଆଜି ଜେଲରୁ ମୁକୁଳିପାରନ୍ତି ତଲୱାର ଦମ୍ପତି ! ନୁପୂର ତଲୱାର ଓ ରାଜେଶ ତଲୱାରଙ୍କୁ ଦୋଷମୁକ୍ତ କରିବା ସହ ତୁରନ୍ତ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ

40

ଆରୁଷି –ହେମରାଜ ମର୍ଡର ମାମଲାରେ ଚାରି ବର୍ଷ ଜେଲଦଣ୍ଡ ଭୋଗିଥିବା ଆରୁଷିର ବାପା ମାଆ ଡାକ୍ତର ରାଜେଶ ତଲୱାର ଓ ନୁପୁର ତଲୱାର ଆଜି ଅପରାହ୍ନ ସୁଦ୍ଧା ମୁକୁଳିପାରନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଜେଲରେ ଦୁଃଖରେ ଜୀବନ ବିତାଉଥିବା ବେଳେ ୧୪୧୭ ଦିନରେ ତଲୱାର ପାଖାପାଖି ୯୯ହଜାର ଟଙ୍କା ରୋଜଗାର କରିଥିଲେ । ଏଥିରେ ରାଜେଶ ତଲୱାର ପାଖାପାଖି ୫୪ହଜାର ୫୨୦ଟଙ୍କା କମାଇଥିଲେ । ଜେଲରେ ରହିବା ସମୟରେ କମାଇଥିବା ସମସ୍ତ ରୋଜଗାରକୁ ବି ଦାନ କରିଥିଲେ ରାଜେଶ ଓନୁପୁର ତଲଫ୍ୱାର । ରାଜେଶ ତଲୱାର କଏଦୀ ନମ୍ବର ୯୩୪୨ ଓ ନୁପୁତ ତଲୱାର କଏଦୀ ନମ୍ବର ୯୩୪୩ ଭାବରେ ଜେଲରେ ବେଶ ଜଚ୍ଚାଶୁଣା ଥିଲେ ଦମ୍ପତି ।

ସିବିଆଇ ଅଦାଲତ ତଲୱାର ଦମ୍ପତିକୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଦୋଷ ମୁକ୍ତି କରିଥିଲେ । ଆଜି ସିବିଆଇ କୋର୍ଟର ଔପଚାରିକତା ସରିବା ପରେ ତଲଫ୍ୱାର ଦମ୍ପତିଙ୍କ ଓଳିଲ ମନୋଜ ସିସୋଡିଆ କୋର୍ଟକୁୁ ଯାଇ ହାଇକୋର୍ଟଙ୍କ ରାୟର ନକଲ ପ୍ରଦାନ କରିବେ । ଏହା ପରେ କୋର୍ଟଙ୍କ ଆଦେଶ ପତ୍ର ନେଇ ଦାସନା ଜେଲ ଅଭିମୁଖେ ଯିବେ । ସମସ୍ତ ଔପଚାରିକତା ସରିବା ପରେ ଅପରାହଣରେ ତଲୱାର ଦମ୍ପତି ଜେଲରୁ ମୁକୁଳିବେ ।

ଆରୁଷି ହତ୍ୟାକାଣ୍ଡରେ ବାପା-ମାଆ ରାଜେଶ ଓ ନୁପୂର ତଲୱାରଙ୍କୁ ଦୋଷମୁକ୍ତ କରିବା ସହ ଟ୍ରାଏଲ କୋର୍ଟ ଜଜଙ୍କ ଉପରେ ଟିପ୍ପଣୀ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଜଣେ ଗଣିତ ଶିକ୍ଷକ ଓ ଫିଲ୍ମ ନିର୍ଦ୍ଦେଶକ ଭାବେ ନିର୍ମମ ରାୟ ଶୁଣାଇଥିଲେ ଜଜ୍ । ୯ ବର୍ଷ ପରେ ଏବେ ନିଜ ଝିଅ ପାଇଁ ମନଭରି କାନ୍ଦି ପାରିବେ ତଲୱାର ଦମ୍ପତି । ହେଲେ ଦାସନା ଜେଲରେ କିପରି ଦିନ କାଟୁଥିଲେ ଆଜୀବନ ସଜ୍ଜା ଭୋଗୁଥିବା ତଲୱାର ଦମ୍ପତି? ଦୋଷମୁକ୍ତ ହେବା ପରେ ଜେଲରୁ ନିଜ ଦୁଃଖ କାହାଣୀ କହିଛନ୍ତି ଆରୁଷିଙ୍କ ମାଆ ନୁପୂର ତଲୱାର ।

ଆରୁଷି ତଲୱାର ହତ୍ୟାକାଣ୍ଡ । ଏହା ଏପରି ଏକ ରହସ୍ୟଭରା କାହାଣୀ, ଯାହା ବର୍ଣ୍ଣନା କଲେ ଆଖିରୁ ଲୁହ ଖସିଯିବ । ଝିଅର ମୃତ୍ୟୁ ପରେ ବାପା ମାଆ ରାଜେଶ ଓ ନୁପୂର ତଲୱାରଙ୍କ ଜୀବନରେ ଯାହା ସବୁ ଘଟିଥିଲା, ତାହା ଭାଷାରେ ବୟାନ କରିବା କଷ୍ଟକର । ଗୋଟିଏ ପଟେ ଝିଅ ମୃତ୍ୟୁର ଦୁଃଖ, ଅନ୍ୟପଟେ ନିଜକୁ ଦୋଷମୁକ୍ତ କରିବା ପାଇଁ ନ୍ୟାୟିକ ସଂଘର୍ଷ । ଏହାରି ଭିତରେ ଆଜୀବନ ସଜ୍ଜା ଶୁଣାଇଥିଲେ ଟ୍ରାଏଲ କୋର୍ଟ । ଜେଲରେ ୪ ବର୍ଷ ସଜ୍ଜା କାଟିବା ପରେ ଆହ୍ଲାବାଦ ହାଇକୋର୍ଟ ଏହି ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ରାୟ ଶୁଣାଇବା ବେଳେ ଆହ୍ଲାବାଦ ହାଇକୋର୍ଟ ଟ୍ରାଏଲ କୋର୍ଟ ଜଜଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି । ଯେଉଁଭଳି ଭାବେ ରାୟ ଦିଆଯାଇଥିଲା, ତାହା ଭାରତର ନ୍ୟାୟ ବ୍ୟବସ୍ଥାରେ ବିରଳ ।

ତେବେ ଦାସନା ଜେଲରେ କିପରି ଦିନ କଟିଥିଲା ତଲୱାର ଦମ୍ପତିଙ୍କର? କିପରି ଜେଲ ଯନ୍ତ୍ରଣା ସହିଥିଲେ ରାଜେଶ ଓ ନୁପୂର ତଲୱାର? କୋର୍ଟ ଦୋଷମୁକ୍ତ କରିବା ପରେ ଜଣେ ବରିଷ୍ଠ ସାମ୍ବାଦିକାଙ୍କୁ ଜେଲ ଭିତରେ ନିଜ ଦୁଃଖ କାହାଣୀ ଶୁଣାଇଛନ୍ତି ନୁପୂର ତଲୱାର । ଝିଅ ଆରୁଷିକୁ ଝୁରି ଝୁରି ଲେଖିଛନ୍ତି କବିତା ।

ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଏମାନେ ହାଇକୋର୍ଟରେ ଆବେଦନ କରିଥିଲେ । ଆରୁଶିର ବାପା ରାଜେଶ ତଲୱାର ଓ ମାଆ ନୂପୁର ତଲୱାରଙ୍କୁ ୨୦୧୩ରେ ଆଜୀବନ କାରାଦଣ୍ଡାଦେଶ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ନିଜ ଝିଅକୁ ହତ୍ୟା କରିବା ଅଭିଯୋଗରେ ଏହି ଡାକ୍ତର ଦମ୍ପତି ଦାସନା ଜେଲରେ ସଜା କାଟୁଛନ୍ତି । ସେତେବେଳେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା । କାରଣ ସମ୍ମାନ ପାଇଁ ଝିଅକୁ ବାପା, ମାଆ ମିଶି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଥିଲା । ପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିବାବେଳେ ପ୍ରମାଣ ଅଭାବରୁ ମାମଲା ବନ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ହେଲେ ଏହାକୁ ବିରୋଧ କରିଥିଲେ ତଲୱାର ଦମ୍ପତି

୨୦୦୮ ମେ ୧୬ ତାରିଖରେ ତଲୱାର ଦମ୍ପତିଙ୍କ ଝିଅ ଆରୁଷି ତଲୱାରଙ୍କ ମୃତଦେହ ତାଙ୍କ ନୋଏଡାସ୍ଥିତ ଘରୁ ମିଳିଥିଲା । ଏହି ହତ୍ୟା ତାଙ୍କ ଘରର ଚପରାସୀ ହେମରାଜ କରିଥିବା ସନ୍ଦେହ କରାଯାଇଥିଲା । ତା ପରଦିନ ଅର୍ଥାତ ମେ ୧୭ ତାରିଖରେ ହେମରାଜଙ୍କ ମୃତଦେହ ମଧ୍ୟ ମିଳିଥିଲା । ଏହି ଘଟଣା ସେତେବେଳେ ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ହତ୍ୟା ପଛରେ ପୋଲିସ ଆରୁଷିଙ୍କ ବାପା ରାଜେଶ ଓ ମା ନୁପୁର ତଲୱାରଙ୍କ ହାତଥିବା ସନ୍ଦେହ କରିଥିଲା । ୨୦୦୮ ମେ ୨୩ ତାରିଖରେ ଆରୁଷିଙ୍କ ବାପା ରାଜେଶ ତଲୱାର ଗିରଫ ହୋଇଥିଲେ ।

ସେହିବର୍ଷ ଜୁନ ପହିଲାରେ ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ନିର୍ଦ୍ଦେଶ ଦେଇଥିଲେ । ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୬ ନଭେମ୍ବର ୨୦୧୩ରେ ରାଜେଶ ଓ ତାଙ୍କ ସ୍ତ୍ରୀ ନୁପୁର ତଲୱାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଆଜି ଏହି ତଲଏଫ୍ୱାର ଦମ୍ପତି ଜେଲରୁ ମୁକୁଳିପାରନ୍ତି ।