ଚିଲିକାରେ ହେଲିକପ୍ଟର ଉଡାଇ ଫଶିଗଲେ ବୈଜୟନ୍ତ । ପୂର୍ବତନ ସାଂସଦଙ୍କ ବିରୋଧରେ ଅନ୍ୟ ବ୍ୟକ୍ତିଙ୍କ ସୁରକ୍ଷାକୁ ବିପଦରେ ପକାଇଲା ଭଳି ଲାଗିଲା ଦଫା । ପାଇଲଟ ଲାଇସେନ୍ସ ବାତିଲ ପାଇଁ ଡିଜିସିଏକୁ ଚିଠି ଲେଖିଲା ପୋଲିସ

77

କନକ ବ୍ୟୁରୋ: ଚିଲିକାରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୋଲିସ । ଏହା ସହ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରିଛି ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଆଜି ଏ ସମ୍ପର୍କରେ ପଚରାଉଚରା ପାଇଁ ଇମ୍ଫା କର୍ତୃପକ୍ଷଙ୍କୁ ବି ପୁରୀ ପୋଲିସ ଡାକିଛି । ଅଭିଯୋଗ ଅନୁସାରେ, ବୈଜୟନ୍ତ ପଣ୍ଡା ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ । ତେଣୁ ଏହି ଦୁଇଜଣଙ୍କୁ ବି ପୋଲିସ ପଚରାଉଚରା କରିବ । ବୈଜୟନ୍ତ ପଣ୍ଡା ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ । ଯଦିଓପି ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉଡାଇବାକୁ ସେ ଅନୁମତି ପାଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।

ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ , ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଏନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଓ ଇକୋ ସେନସିଟିଭ ଜୋନରେ ହେଲିକପ୍ଟର ଉଡିବା ପରେ ଆପତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସ୍ କରି ପର୍ଯ୍ୟଟକ ଓ ଡଲଫିନ୍ଙ୍କ ପାଇଁ ବିପଦ ନେଇ ଆସିଥିଲା ବୋଲି କୁହାଯାଉଛି ।

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନ୍ତର୍ଗତ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୨୭୭, ୨୭୮, ୩୩୬. ୪୩୧ ଓ ୧୧ ଏୟାରକ୍ରାଫ୍ଟ ଆଇନରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଛିା ପୋଲିସ ବ୍ଲାକ ବକ୍ସ ସିଲ କରି ତଥ୍ୟ ସଂଗ୍ରହ ଆରମ୍ଭ କରିଛି । ଏହାସହ ପାଇଲଟ ଲାଇସେନ୍ସ ପାଇଁ ଡିଜିସିଏକୁ ଚିଠି ଲେଖିଛି ପୋଲିସ । ବୈଜୟନ୍ତ ୧୫ ତାରିଖରେ ଅଭିଜିତ ଆୟର ମିତ୍ର ଓ ଆରତି ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ ଓ ଚିଲିକା ପାଣି ଉପରକୁ ବିମାନକୁ ଖସାଇ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ପୋଲିସ ବ୍ଲାକ ବକ୍ସ ଜବତ କରି ତଥ୍ୟ ସଂଗ୍ରହ ଆରମ୍ଭ କରିଛି । ବିଶେଷକରି କେତେ ସମୟ ଚିଲିକା ଉପରେ ବିମାନ ଉଡିଥିଲା, ସର୍ବୋପରି କେଉଁ ସମୟରେ ଏହି ଘଟଣା ଘଟିଥିଲା ତାର ଜାଣିବା ଲାଗି ତନାଘନା ଆରମ୍ଭ ହୋଇଛି ।

କଣ କହୁଛି ବୈଜୟନ୍ତଙ୍କ ବିରୋଧରେ ଲାଗିଥିବା ଦଫା

• ଭାରତୀୟ ପିଙ୍ଗଳ କୋର୍ଡର ୨୭୭ ଦଫା ଅନୁସାରେ, ପ୍ରାକୃତିକ ଜଳାଶୟକୁ ପ୍ରଦୂଷିତ କରିବା । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଜଣେ ବ୍ୟକ୍ତିକୁ ୩ ମାସ ଦଣ୍ଡ କିମ୍ବା ଜୋରିମାନା କିମ୍ବା ହୋଇପାରେ ।

• ସେହିଭଳି ଦଫା ୨୭୮ କହୁଛି, ଏଭଳି ଉଡାଣ ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇବା ଭଳି ପରିବେଶ ସୃଷ୍ଟି ହୋଇଥାଏ । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଜୋରିମାନ ଦେବାକୁ ପଡିବ ।

• ସେହିଭଳି ଆଇପିସିର ଦଫା ୩୩୬ ଅନୁସାରେ, ଏଭଳି ଉଡାଣ ଦ୍ୱାରା ଅନ୍ୟର ସୁରକ୍ଷା ବିପଦରେ ପଡିଥାଏ । ତେଣୁ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ।

ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଉଡାଉଥିବା ହେଲିକପ୍ଟରକୁ ଭୁବନେଶ୍ୱରରେ ଥିବା ଏୟାରପୋର୍ଟ ହ୍ୟାଙ୍ଗରରେ ସିଜ୍ କରାଯାଇଛି । ତୃତୀୟ ମହଲାର ନିର୍ଦେଶରେ ଏପରି କରାଯାଇଥିବା କିଛି ପୁଲିସ ତାଙ୍କୁ କହିଥିବା ଟ୍ୱିଟ୍ କରିଛନ୍ତି ବୈଜୟନ୍ତ । ଏଥିସହ ସେ ଆଗକୁ ଲେଖିଛନ୍ତି ଓଡିଶାରେ ଚାରିଆଡେ ବୁଲିବା ଉପରେ କଟକଣା ଲଗାଇବା ପାଇଁ ଖୋଲାଖୋଲି ଭାବେ ଉଦ୍ୟମ କରାଯାଇଛି । ମାତ୍ର ସେମାନେ ଅଟକାଇ ପାରିବେ ନାହିଁ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ ପଣ୍ଡା ।
୨.