ଠକିଦେଲେ ଆମୀର୍ ! ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ରୁ ଅନୁଷ୍କାଙ୍କୁ ବାହାର କଲେ ମିଷ୍ଟର୍ ପରଫେକ୍ଟନିଷ୍ଟ୍

42

ମିଷ୍ଟର୍ ପରଫେକ୍ଟନିଷ୍ଟଙ୍କ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ କୁ ନେଇ ଆସିଛି ଏକ ଚଂଚଲ୍ୟକର ଖବର । ସିନେମାରୁ ଅଭିନେତ୍ରୀ ଅନୁଷ୍କାଙ୍କୁ ବାହାର କରିଦେିଛନ୍ତି ଆମୀର୍ ଖାନ । ତେବେ ସିନେମା ‘ପିକେ’ରେ ଉଭୟ ଏକାଠି କାମ କରିଛନ୍ତି । ଯାହା ସୁପରହିଟ୍ ମଧ୍ୟ ହୋଇଥିଲା । ହେଲେ ଏହା ପରେ ବି ଆମୀର୍ କାହିିଁକି ଅନୁଷ୍କାଙ୍କୁ ନିଜ ସିନେମାରୁ ବାହାର କରିଦେଲେ ?

ଖବର ଅନୁସାରେ, ଆମୀର ଯେଉଁ ନାୟିକାଙ୍କ ସହ ଥରେ କାମ କରିଥାନ୍ତି ଦ୍ୱିତୀୟ ଥର ତାଙ୍କୁ ନିଜ ସିନେମାରେ ନିଅନ୍ତି ନାହିଁ । ଯଦି ଆମୀରଙ୍କ ଟ୍ରାକ୍ ଉପରେ ନଜର ପକାଇବା ତେବେ କିଛି ବର୍ଷ ହେବ ସେ ଅଲଗା ଅଲଗା ନାୟିକା ମାନଙ୍କ ସହ କାମ କରୁଛନ୍ତି । ଆଉ ବୋଧେ ଏହି କାରଣରୁ ସେ ଅନୁଷ୍କାଙ୍କୁ ସିନେମାରୁ ବାହାର କରିଦେଇଛନ୍ତି ।

ଏହା ପୂର୍ବରୁ ଆମୀର ଅଭିନେତ୍ରୀ ପୂଜା ଭଟ୍ଟଙ୍କ ସହ ମଧ୍ୟ ସେମିତି କରିଥିଲେ । ସୂଚନା ଅନୁସାରେ କରିଶ୍ମାଙ୍କ ସ୍ଥାନରେ ପୂଜା ‘ରାଜା ହିନ୍ଦୁସ୍ତାନୀ’ ସିନେମାରେ ଅଭିନୟ କରିବାର ଥିଲା । କିନ୍ତୁ ପୂଜାଙ୍କ ସହ ଥରେ କାମ କରିସାରିଥିବା ଆମୀର ତାଙ୍କୁ ଏହି ସିନେମାରୁ ବାହାର କରିଦେଇଥିଲେ ।