କନକ ବ୍ୟୁରୋ : ଏଣିକି ମଦ କିଣିଲେ ଆଧାରକାର୍ଡ ବାଧ୍ୟତାମୂଳକ । ଏଭଳି ଏକ ନିୟମ ଆଣିଛନ୍ତି ତେଲେଙ୍ଗାନା ଅବକାରୀ ବିଭାଗ । ଏହା ସହ ପବରେ ନାବଳକଙ୍କୁ ମଦ ଦେବାରେ ଅଙ୍କୁଶ ଲଗାଇଛନ୍ତି ସରକାର । କେବଳ ସେତିକି ନୁହେଁ ୨୧ ବର୍ଷରୁ କମ୍ ଯୁବକ ଯୁବତୀଙ୍କୁ ପ୍ରବେଶ ନକରାଇଦେବାକୁ ମଧ୍ୟ ସହରର ସମସ୍ତ ପବକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ନିକଟରେ ହୋଇଥିବା ଏକ ହତ୍ୟାକାଣ୍ଡ ଯୋଗୁଁ ଏପରି ପଦକ୍ଷେପ ନେଇଛି ତେଲେଙ୍ଗାନାର ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ୧୭ ବର୍ଷୀୟ ନାବାଳକ ନିଜର ଜଣେ ସହପାଠିନୀଙ୍କ ହତ୍ୟା କରିଥିଲେ । ତେଣୁ ଏଭଳି ଘଟଣାର ପୁରନରାବୃତ୍ତି ନହେବା ପାଇଁ ଏପରି ନିୟମ କରାଯାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ସମସ୍ତ ଜରୁରୀ ସେବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି । ମୋବାଇଲ୍ ଏବଂ ପାନ୍ କାର୍ଡକୁ ଆଧାରକାର୍ଡ ସହ ଲିଙ୍କ୍ କରିବା ପରେ ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ସହ ଲିଙ୍କ୍ କରିବା ପାଇଁ ଯୋଜନା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/liquor.jpg)