କନକ ବ୍ୟୁରୋ : ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସର ଛାନଭିନ । ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଉଠାଇ ନେଲା ପୁଲିସ । ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଘରକୁ ଏକ ଟିମ୍ ଯାଇ ଜୟନାରାୟଣ ମିଶ୍ର ଓ ତାଙ୍କର ଜଣେ ସହଯୋଗୀ ଶିବୁଙ୍କୁ ମଧ୍ୟ ପଚରାଉଚରା କରଥିଲା । ଏହାପରେ ତାଙ୍କୁ ଘରୁ ଉଠାଇ ନେବା ବେଳେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଏହାକୁ ବିରୋଧ କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ପରିସ୍ଥିତି ସାମାନ୍ୟ ହେବା ପରେ ପୁଲିସ ନିଜ ସହ ଜୟନାରାୟଣ ମିଶ୍ର ଓ ତାଙ୍କ ସହଯୋଗୀଙ୍କୁ ନେଇଯାଇଛି ।
ସେପଟେ, ବନାବିରା ଗୁଳିକାଣ୍ଡ ଘଟଣାରେ ଜୟନାରାୟଣ ମିଶ୍ରଙ୍କୁ ପୁଲିସ ଅଟକ ରଖିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ସୁଶାନ୍ତ କହିଛନ୍ତି । ଯିଏ ଦୋଷୀ ତାକୁ ଗିରଫ କରାଯିବ । ତଦନ୍ତ ଆଧାରରେ ତାଙ୍କୁ ଅଟକ ରଖାଯାଇଛି ଏବଂ ଘଟଣା ପରଠୁ ସେ ଫେରାର ଥିଲେ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି । ବିଜେପିର ଅବସ୍ଥା ଦେଖି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି ସୁଶାନ୍ତ ।
ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସ ପୂର୍ବରୁ ୬ଜଣଙ୍କୁ ଗିରଫ କରିଛି । ଫେବୃଆରୀ ୨୨ ତାରିଖ ରାତିରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ବନାବିରା ଅଂଚଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କର ସହଯୋଗୀଙ୍କ ଉପରେ ଗୁଳିମାଡ ହୋଇଥିଲା । ତାଙ୍କ ଗାଡି ଉପରକୁ ଟେକା ପଥର ମାଡ ଓ ଅନ୍ଧାଧୁନିଆ ଗୁଳିମାଡ ହୋଇଥିଲା । ଏଥିରେ ସୁବ୍ରତ ସିଂ ଆହତ ହୋଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।
ଉଲ୍ଲେଖ ଥାଉ କି, ବିଜେପୁର ଉପନିର୍ବାଚନ ସମୟରେ ବରଗଡ଼ ଜିଲ୍ଲା ସୋହେଲା ଥାନା ବନବିରା ଗାଁ ନିକଟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ, ତାଙ୍କ ସହଯୋଗୀ କାର୍ତିକ ନାଗ, ଖଗେଶ୍ୱର ମହାରଣା ଏବଂ ମାଗି ସାହୁ ରାତିରେ ଗାଡ଼ିରେ ଯାଉଥିବାବେଳେ ସୋହେଲା ବ୍ଲକ ବନାବିରା ଅଂଚଳରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଅଭିଯୋଗ ଅନୁସାରେ ହଠାତ ଗାଡ଼ି ଉପରକୁ ହୋଇଥିଲା ଟେକା ପଥର ମାଡ ଓ ଗୁଳିମାଡ । ଏଥିରେ ଆହତ ହୋଇଥିଲେ ସୁବ୍ରତ ସିଂ । ତାଙ୍କ ସହ ଗାଡି଼ ମାଲିକ ଓ ଡ୍ରାଇଭର ଆହତ ହୋଇଥିଲେ । ଡିଲେଶ୍ୱରଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସିଧାସଳଖ ଭାବରେ ବିଜେପିକୁ ଦାୟୀ କରିଥିଲେ । ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଥିଲେ । ଆକ୍ରମଣ ମାମଲାରେ ବିମଳ ଭୋଇ ନାମକ ବ୍ୟକ୍ତି ସୋହେଲା ଥାନାରେ ଏକ ଏତଲା ଦେଇଥିଲେ । ଏଥିରେ ୫ଜଣଙ୍କ ନାମ ରହିଥିଲେ । ଯେଉଁଥିରେ ଜୟନାରାୟଣ ମିଶ୍ରଙ୍କ ନାମ ମଧ୍ୟ ରହିଥିଲା । ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିସାରିଛି ପୁଲିସ । ତେବେ ନିର୍ବାଚନ ପାଇଁ ଜୟନାରାୟଣ ଦଳୀୟ ପ୍ରସ୍ତୁତି ନେଇ ସିଧାସଳଖ ସଂପୃକ୍ତ ଥିଲେ। ନାମାଙ୍କନ ଦାଖଲ ଠାରୁ ଆରମ୍ଭ କରି ନିର୍ବାଚନୀ ସଭା, ରୋଡ୍ ସୋ’ରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଏହି ଘଟଣାରେ ୨୦ରୁ ଅଧିକ ବ୍ୟକ୍ତି ସଂପୃକ୍ତ ଥିବାରୁ ଗିରଫ ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ପୁଲିସ୍ ସୂଚନା ଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Screen-shot-2018-03-15-at-10.42.46-AM.png)
/kanak/media/post_attachments/wp-content/uploads/2018/03/Screen-shot-2018-03-15-at-10.27.19-AM-300x199.png)
/kanak/media/post_attachments/wp-content/uploads/2018/03/Screen-shot-2018-03-15-at-11.03.11-AM-300x214.png)
/kanak/media/post_attachments/wp-content/uploads/2018/03/3-38-300x202.jpg)
/kanak/media/post_attachments/wp-content/uploads/2018/03/vlcsnap-2018-02-25-13h02m03s853-1-300x240.png)