ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହେଲା ପ୍ରତିବାଦ । ସରକାରଙ୍କୁ ଘେରିଲେ ବିରୋଧୀ । ନ୍ୟାୟ ଦାବିରେ ୟୁପି ବିଧାନସଭା ସମ୍ମୁଖରେ ଅଖିଳେଶଙ୍କ ଧାରଣା

ଲକ୍ଷ୍ନୌରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଲାଠିଚାର୍ଜ

316

କନକ ବ୍ୟୁରୋ: ନାରୀ ନିର୍ଯାତନା ପ୍ରସଙ୍ଗରେ ଜୋର ଧରୁଛି ପ୍ରତିବାଦ । ରାଜ୍ୟ ସମେତ ସାରା ଦେଶରେ ବଢୁଛି ଜନଆକ୍ରୋଶ । ଆଜି ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ୫ଜଣିଆ ପ୍ରତିନିଧି ଦଳ ପ୍ରତିବାଦ କରିବା ସହ ଲୋକସେବା ଭବନ ଅଭିମୁଖେ ବାହାରିଥିଲେ । ତେବେ ତାଙ୍କୁ ଲୋୟର ପିଏମଜି ଠାରେ ଅଟକାଇଛି ପୁଲିସ । ରାଜ୍ୟରେ ଦୀର୍ଘ ୨୦ବର୍ଷ ଧରି ନାରୀ ନିର୍ଯାତନା ମାମଲା ବଢୁଥିବା ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପ୍ରତିବାଦ । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ୟୁପି ଲକ୍ଷେ୍ନøର ବିଧାନସଭା ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ପ୍ରତିବାଦ ପ୍ରଦର୍ଶନ ବେଳେ ପୁଲିସ ସହ ମୁହାଁ ମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । ଏପରିକି ଧସ୍ତାଧସ୍ତି ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ସେପଟେ ଉତେଜନାକୁ କାବୁ କରିବାକୁ ପୁଲିସ ଲାଠିଚାର୍ଜ କରିଥିବା ଜଣାପଡିଛି । ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ଗତକାଲି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଛି ।

ଆଜି ତାଙ୍କର ପୋଷ୍ଟମର୍ଟମ କରାଯାଇଛି । ୩ଜଣିଆ ଡାକ୍ତରୀ ଦଳ ପୋଷ୍ଟ ମର୍ଟମ କରିଥିବା ବେଳେ ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଏହାପରେ ମୃତଦେହକୁ ଉନ୍ନାଓ ଅଭିମୁଖେ ଏକ ଆମ୍ବୁଲାନ୍ସରେ ନିଆଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ପୀଡିତା ବଂଚିବାକୁ ଚାହାନ୍ତି ବୋଲି ମୃତ୍ୟୁ ପୂର୍ବରୁ ତାଙ୍କ ଭାଇଙ୍କୁ କହିଥିଲେ । ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ମଧ୍ୟ ପୀଡିତା କହିଥିଲେ । ଉତରପ୍ରଦେଶ ଉନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ ସମେତ ୫ଜଣ । ଦୁଷ୍କର୍ମ ମାମଲାର ଶୁଣାଣୀ ପାଇଁ ପୀଡିତା କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ ତାର ୪ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉନ୍ନାଓ ଗସ୍ତ କରିଛନ୍ତି । ପୀଡିତାଙ୍କ ଗାଁକୁ ଯାଇ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ପ୍ରିୟଙ୍କା । ତେବେ ଗତ ଏକ ବର୍ଷ ଧରି ପୀଡିତାଙ୍କ ପରିବାର ଧମକଚମକ ଦିଆଯାଉଥିବା ସହ ମାନସିକ ନିର୍ଯାତନା ଦିଆଯାଉଥିବା ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି । ଏପରିିକି ଅଭିଯୁକ୍ତଙ୍କ ସହ ବିଜେପିର ସମ୍ପର୍କ ରହିଥିବା ଯୋଗୁଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନଥିବା କହିଛନ୍ତି ପ୍ରିୟଙ୍କା । ଅପରପକ୍ଷରେ ରାଜ୍ୟରେ ମହିଳାଙ୍କ ରହିବା ପାଇଁ ସ୍ଥାନ ନାହିଁ । ଏବଂ ଅପରାଧୀମାନଙ୍କ ପାଇଁ ରାଜ୍ୟରେ ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରୁଥିବା ବେଳେ ସେ ନାରୀ ସୁରକ୍ଷା କ୍ଷେତ୍ରରେ କଣ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ । ଏପରିକି ରାଜ୍ୟ ମହିଳାଙ୍କ ରହିବା ଉପଯୋଗୀ ହୋଇ ରହିନାହିଁ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ।