ଆପଣ ଏୟାରପୋର୍ଟରେ ବିମାନ ଛିଡା ହୋଇଥିବାର ଦେଖିଥିବେ କିନ୍ତୁ ଛାତରେ ବିମାନ ଅବତରଣ କରୁଥିବାର କେବେ ଦେଖିଛନ୍ତି ? ଯଦି ଆମେ ଆପଣଙ୍କୁ କହିବୁ କି ଏୟାର ଇଣ୍ଡିଆର ବିମାନ ରନୱେ ବଦଳରେ ଲୋକଙ୍କ ଘର ଛାତ ଉପରେ ଛିଡା ହେଉଛି, ତେବେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ବିଶ୍ୱାସ କରିପାରିବେନି କିନ୍ତୁ ଜଲନ୍ଧରର ଏକ ଗାଁରେ ଛାତରେ ଏୟାର ଇଣ୍ଡିଆର ବିମାନ ଛିଡା ହୋଇଥିବାର ଦେଖିବାକୁ ପାଇବେ । ଆସନ୍ତୁ ଜାଣିବା ଏହି ବିମାନ ଛିଡାହେବା ପଛର ଖାସ କାରଣ ।

Advertisment

publive-image

ପଂଜାବ ଜଲନ୍ଧରର ଲାଣ୍ଡୋ ଗ୍ରାମରେ ସମସ୍ତଙ୍କ ଘରର ଛାତ ଉପରେ ଏଆର ଇଣ୍ଡିଆର ବିମାନ ଛିଡା ହୋଇଥିବାର ଦେଖିବାକୁ ମିଳିବ । ଜଣେ ଏନଆରଆଇଙ୍କ ଘର ଉପରେ ବି ଉଡାଜାହାଜ ଛିଡା ହୋଇଛି, ଯାହାକି ଗାଁକୁ ପ୍ରବେଶ କରୁ କରୁ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଆହୁରି ଆକର୍ଷଣୀୟ ଜିନିଷ ଲୋକଙ୍କ ଘର ଛାତ ଉପରେ ଦେଖିବାକୁ ମିଳେ, ଯେପରିକି ପ୍ରେସର କୁକର, ପାଣି ଜାହାଜ, କଙ୍ଗାରୁ ଇତ୍ୟାଦି । ଅସଲରେ କଙ୍ଗାରୁ, ପାଣି ଜାହାଜ ପରି ଦେଖାଯାଉଥିବା ଜିନିଷ ହେଉଛି ପାଣି ଟାଙ୍କି ।

publive-image

ଆଜ୍ଞା ହଁ ପାଣି ଟାଙ୍କି ଗୁଡିକୁ ଉଡା ଜାହାଜ, ପାଣି ଜାହାଜ ପରି ଡିଜାଇନ କରାଯାଇଛି । କିଛି ଲୋକ ନିଜ ସଉକ ପାଇଁ ତ କିଛି ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏମିତି କରିଛନ୍ତି । ଆହୁରି ବି ପାଣି ଟାଙ୍କି ନାମରେ ସେମାନେ ଗାଁରେ ପରିଚିତ, ଯେପରିକି ଏଆର ଇଣ୍ଡିଆ ବିମାନ କହିଲେ ସଂତୋଖ ସିଂହକୁ ଜାଣିବେ, ପାଣି ଜାହାଜ କହିଲେ ତରସେମ ସିଂ ବବୁଙ୍କ ଘର ବୋଲି ଜାଣିବେ ।

publive-image

ତରସେମ ସିଂ ବବୁ ହି ପ୍ରଥମେ ଏହି ଟାଙ୍କି ନିର୍ମାଣ କରିବାର ପରମ୍ପରା ଆରମ୍ଭ କରିଥିଲେ, ଯାହାକୁ ଲୋକେ ବହୁତ ପସନ୍ଦ କଲେ । ପର ମୁହୂର୍ତ୍ତରେ ପୂରା ଗାଁରେ ଏହି ପ୍ରକାରର ଟାଙ୍କି ତିଆରି କରିବାର ପାଗଳାମି ଦେଖାଗଲା । ସମସ୍ତେ ନିଜ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଭିନ୍ନ ଭିନ୍ନ ଡିଜାଇନର ପାଣି ଟାଙ୍କି ନିର୍ମାଣ କଲେ । ଗାଁ ଲୋକଙ୍କ ସୃଜନାଶୀଳତାକୁ ମାନିବାକୁ ପଡିବ, ପାଣି ଟାଙ୍କିକୁ ବି ବିମାନର ରୂପ ଦେଇଛନ୍ତି ।