ସୋରରୁ ଆସିଲା ସାଂଘାତିକ ଘଟଣା । ଅଷ୍ଟମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ, ସମାନ ଶ୍ରେଣୀର ପିଲା ଦୁଷ୍କର୍ମ କରିଥିବା ଅଭିଯୋଗ ।

1,324

କନକ ବ୍ୟୁରୋ: ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଷ୍ମର୍ମ କରିଛନ୍ତି, ସେହି ଶ୍ରଣୀରେ ପାଠ ପଢୁଥିବା କିଛି ଛାତ୍ର । ଏକଥା ନାବାଳିକାର ବାପା ଜାଣିବା ବେଳକୁ କଟକ ବଡ ମେଡିକାଲ ଏସସିବିରେ ଚିକିତ୍ସା ଚାଲିଥିଲା ଝିଅର । ଏହି ଘଟଣାରେ ସୋର ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ୪ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ।

ସୋରର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ସେହି ଶ୍ରେଣୀର ଛାତ୍ର । ୨ରୁ ଅଧିକ ଛାତ୍ର ଏହି ଦୁଷ୍କର୍ମରେ ସାମିଲ ଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଏବେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଗୁରୁତର ଅବସ୍ଥାରେ ଆଇସିୟୁରେ ବଂଚିବାକୁ ସଂଘର୍ଷ କରୁଛନ୍ତି ନାବାଳିକା ।

ପୁରା କାହାଣୀ ସେତେବେଳେ ଜଣାପଡିଥିଲା ଯେତେବେଳେ ସ୍କୁଲର ଶିକ୍ଷକ ନାବାଳିକାଙ୍କ ମାଙ୍କୁ ଫୋନ କରି କହିଥିଲେ । ଏହି ଶିକ୍ଷକ ଜଣଙ୍କ କହିଥିଲେ, ଝିଅ ଯାଇଥିଲା କପ୍ତିପଦା । ଆଉ କପ୍ତିପଦାରୁ ଫେରିବା ପରେ ମାନସିକ ଭାରସାମ୍ୟ ହରାଇଛି ଝିଅ । ଗୁଣିଗାରେଡି ହୋଇଛି । ନାବାଳିକାର ମା ଏକଥା ଜାଣିବା ପରେ ବାପାଙ୍କୁ ଜଣାଇଥିଲେ । ୧୧ ତାରିଖ ଦିନ ଚିକିତ୍ସା ପାଇଁ ଝିଅକୁ ହସ୍ପିଟାଲ ଅଣାଯାଇଥିଲା ।ନାବାଳିକାଙ୍କ ବାପାଙ୍କ ସନ୍ଦେହ ଯାଉଛି ସ୍କୁଲର ପ୍ରଧାନଶିକ୍ଷକଙ୍କ ଉପରକୁ । ଏହି ଘଟଣା ପାଇଁ ପ୍ରଧାନଶିକ୍ଷକଙ୍କୁ ଦାୟୀ କରିଛନ୍ତି ନାବାଳିକାଙ୍କ ବାପା । ନାବାଳିକାଙ୍କ ପରିବାରକୁ ଟଙ୍କା ଦେଇ ଘଟଣାକୁ ଚପାଇ ଦେବାକୁ ମଧ୍ୟ ଉଦ୍ୟମ ହୋଇଛି । ସେପଟେ ନାବାଳିକାଙ୍କ ବାପା ଦାବି କରିଛନ୍ତି, ଝିଅକୁ ନ୍ୟାୟ ମିଳୁ ଆଉ ଦୋଷୀଙ୍କୁ ଦଣ୍ଡ ମିଳୁ ।