ଅନ୍ତିମ ସଂସ୍କାର ବେଳେ ଆଶ୍ଚର୍ଯ୍ୟ ! ମୃତ ଭାବି ପୋଡ଼ିବାକୁ ନେଇଥିଲେ, ହଠାତ୍ ଜୁଇରୁ ଉଠିପଡ଼ିଲେ ବୃଦ୍ଧ । ଭଞ୍ଜନଗରରୁ ଆସିଲା ଅଭାବନୀୟ ଦୃଶ୍ୟ

16,569

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ! ଜୁଇରୁ ଉଠିଲା ଶବ । ଅନ୍ତିମ ସଂସ୍କାର ବେଳେ ହଠାତ୍ ଜୁଇରୁ ଉଠି ପଡ଼ିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ସୂଚନା ମୁତାବକ, ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସିମାଞ୍ଚଳଙ୍କୁ ଅଚେତ୍ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଆଉ ତାଙ୍କୁ ମୃତଭାବି ଘରେ କାନ୍ଦବୋବାଳି ପଡ଼ିଥିଲା । ପରେ ପରେ ସୀମାଞ୍ଚଳଙ୍କ ଅନ୍ତିମ ସଂସ୍କାର ପାଇଁ କୋକେଇରେ ଶ୍ମସାନକୁ ନେଇଥିଲେ ସମ୍ପର୍କୀୟା ।

ହେଲେ ହଠାତ୍ ଜୁଇରୁ ଜିଇଁ ଉଠିଲେ ସୀମାଞ୍ଚଳ । ଆଉ ଜୁଇ ଉପରେ ବସିପଡ଼ିବା ପରେ ସେଠାରେ ଉପସ୍ଥିତ ଥିବା ଗାଁଲୋକେ ଭୟରେ ଥରି ଉଠିଥିଲେ । ତେବେ ସୀମାଞ୍ଚଳଙ୍କୁ ପରିବାର ଲୋକେ ନେଇ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହାପରେ ସେ ସୁସ୍ଥଥିବା ଜଣାପଡ଼ିଥିଲା । ଏହାପେରେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।