ବାରିପଦା ସହରରୁ ବିରଳ ଉଡନ୍ତା ସାପ ଉଦ୍ଧାର : ଓରନେଟ୍ ଫ୍ଲାଇଂ ସ୍ନେକକୁ ଉଦ୍ଧାର କଲା ଆନିମଲ ରେସ୍କ୍ୟୁ ଟିମ୍, ଜଙ୍ଗଲରେ ଛାଡିଲା ବନବିଭାଗ

29

କନକ ବ୍ୟୁରୋ : ବାରିପଦା ସହରରୁ ଏକ ବିରଳ ଉଡନ୍ତା ସାପ ବା ଓରନେଟ୍ ଫ୍ଲାଇଂ ସ୍ନେକ ଉଦ୍ଧାର କରାଯାଇଛି । ଏହି ପ୍ରଜାତିର ସାପ ସାଧାରଣତଃ ଭାରତବର୍ଷରେ ଦେଖିବାକୁ ମିଳିନଥାଏ । ତେବେ ବାରିପଦାରେ ପ୍ରଥମ ଥର ଲାଗି ଏହା ଦେଖିବାକୁ ମିଳିଛି । ଗତକାଲି ବାରିପଦା ଉପକଣ୍ଠ ଧନପୁର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ କାଠବୋଝେଇ ସାଇକେଲରେ ସାପଟି ଥିଲା । ଏହାପରେ ଆନିମାଲ ରେସକ୍ୟୁ ଟିମକୁ ଖବର ଦିଆଯାଇଥିଲା । ପରେ ଶିମିଳିପାଳ ଟାଇଗର ରିଜର୍ଭର ଆନିମାଲ ରେସକ୍ୟୁ ଟିମ ସାପଟିକୁ ଉଦ୍ଧାର କରିଥିଲେ । ପରେ ବିରଳ ସାପଟିକୁ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି । ସାପଟିର ଲମ୍ବ ୧ ମିଟରରୁ ସାମାନ୍ୟ ଅଧିକ ଓ ଏହା ଖୁବ୍ ବିଷାକ୍ତ । ଏହାର ଶରୀରର ରଙ୍ଗ କଳା ଏବଂ ସେଥିରେ ଗାଢ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଛି ।