ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ଶୌଚାଳୟ । ଏଭଳି ଅଜବ ନିୟମ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଆଉ ଏହି ନିଷ୍ପତିରେ ଅଧାରୁ ଅଧିକ ଛାତ୍ରଛାତ୍ରୀ ସ୍ୱୀକୃତି ମଧ୍ୟ ପ୍ରଦାନ କରିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଇଂଲଣ୍ଡରେ ପ୍ରତିଷ୍ଠିତ ପୃଥିବୀର ସମ୍ମାନଜନକ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କଲେଜରେ ଗୋଟିଏ ଶୌଚାଳୟ ବ୍ୟବହାର କରିବେ ଛାତ୍ରଛାତ୍ରୀ । ଏହା ସପକ୍ଷରେ ରାଜି ହୋଇଛନ୍ତି ସମରବିଲେ କଲେଜର ୮୦ ପ୍ରତିଶତ ଛାତ୍ରଛାତ୍ରୀ । ଏଠାରେ ୪ହଜାର ଛାତ୍ରଛାତ୍ରୀ ପଢୁଛନ୍ତି ଭୋଟିଂରେ ଭାଗ ନେଇଥିଲେ ।
ଏଥିରେ ଅଧିକାଂଶ ଛାତ୍ରଛାତ୍ରୀ ଖୁସିହୋଇଥିବା ବେଳେ ଆଉକିଛି ଛାତ୍ରୀ ଯୌନ ହିଂସା ବଢିପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି । ଗତବର୍ଷ ଏହି ପ୍ରସ୍ତାବକୁ ଛାତ୍ରଛାତ୍ରୀମାନେ ଖାରଜ କରିଦେଇଥିଲେ । କିନ୍ତୁ ଏଥର ନିଷ୍ପତି ପରେ ଶୌଚାଳୟରୁ ପୁରୁଷ ଓ ମହିଳା ସାଇନବୋର୍ଡ କାଢିନିଆଯାଇଛି । ତା ପରିବର୍ତେ ‘ସମସଙ୍କ ପାଇଁ ’ ଉଦ୍ଦିଷ୍ଟ ବୋଲି ଲେଖାଯାଇଛି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମଲିଙ୍ଗୀମାନେ ଏହାକୁ ବ୍ୟବହାର କରିପାରିବେ । ସମଲିଙ୍ଗୀ ମାମଲା ସହ ଯୋଡି ହୋଇଥିବା ଜଣେ ଅଧିକାରୀ ଏହି ପ୍ରସ୍ତାବ ଦେଇଥିଲେ । ତାଙ୍କ କହିବାନୁସାରେ ପୁଅ-ଝିଅଙ୍କ ଭିତରେ ଥିବା ଭେଦଭାବକୁ ଦୂରକରି ସେମାନଙ୍କୁ ଗୋଟିଏ ଚିନ୍ତାଧାରାରେ ସାମିଲ କରିବା ପାଇଁ ଏପରି କରାଯାଇଛି ।
ସବୁଠାରୁ ଖାସ କଥା ହେଲା ୧୯୯୦ ମସିହା ପର୍ଯ୍ୟନ୍ତ ସମରିଭିଲେ କଲେଜରେ କେବଳ ମହିଳାମାନେ ପଢୁଥିଲେ । ଗୋପନୀୟ ମତଦାନ ଦ୍ୱାରା ଏପରି ନିଷ୍ପତ୍ତି ନିଆଯାଇଥିଲା ।
ସୌଜନ୍ୟ : ଆଜତକ