ସମୁଦ୍ର ଗର୍ଭରୁ ମିଳିଲା ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀର ସୁରାକ ! ୧୦ ହଜାର ବର୍ଷ ତଳର ବିଶାଳ ଭୁଖଣ୍ଡକୁ ଖୋଜି ପାଇଲେ ବିଶେଷଜ୍ଞ

61

କନକ ବ୍ୟୁରୋ : ଆରବ ସାଗରରୁ ମିଳିଲା ଶ୍ରୀକୃଷ୍ଣଙ୍କ ସୁରାକ୍ । ସମୁଦ୍ରର ୧୩୦ ଫୁଟ ତଳେ ପ୍ରାୟ ୧୦ ହଜାର ବର୍ଷର ପୁରୁଣା ଅବଶିଷ୍ଟାଂଶ ମିଳିଛି । ଐତିହାସିକ ତଥା ଅନୁସନ୍ଧାନକାରୀ ଦଳ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଦ୍ୱାରକାର ମୂଳ ଅଂଶ ବୋଲି ଅନୁମାନ କରିଛନ୍ତି । ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ଓସିଏନ୍ ଟେକ୍ନୋଲୋଜି ତରଫରୁ ସମୁଦ୍ର ପ୍ରଦୂଷଣର ଅନୁସନ୍ଧାନ କରୁଥିବା ସମୟରେ ଦଳକୁ ଏହାର ସନ୍ଧାନ ମିଳିଥିବା କୁହାଯାଉଛି ।

ସମୁଦ୍ରର ଏହି ବିଶାଳ ଭୂଖଣ୍ଡରୁ ପଥର ଅସ୍ତ୍ରଶସ୍ତ୍ର, ମାଟିପାତ୍ର ସହ ମନୁଷ୍ୟ କଙ୍କାଳ ମିଳିଛି । ମିଳିଥିବା ଅଂଶ ମହାଭାରତୀୟ ଯୁଗର ବୋଲି ଦାବି କରିଛନ୍ତି ବିଶେଷଜ୍ଞ । ସେହିପରି ଏହି ପଥରରୁ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀ ସମ୍ପର୍କରେ ସୂଚନା ମିଳୁଥିବା କୁହାଯାଇଛି । ଅଧିକ ଗବେଷଣା କରାଗଲେ ବିସ୍ତୃତ ତଥ୍ୟ ମିଳିବା ଐତିହାସିକ ମତ ଦେଇଛନ୍ତି । ପୂର୍ବରୁ ବି ୧୯୮୮ରେ ଏଭଳି ସୁରାକ୍ ମିଳିଥିଲା ।