ଅନୁଗୁଳର ଡ୍ରୋନ୍ ଦେଖିବ ଆମେରିକା…ବୈଜ୍ଞାନିକଙ୍କ ହୃଦୟ ଜିତିଲେ ଓଡିଆ ପୁଅ…‘ନାସା’ ଯିବେ, ବାପାଙ୍କ ସ୍ୱପ୍ନ ସାକାର କରିବେ ଶୁଭ୍ରାଂଶୁ

ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଶୁଭ୍ରାଂଶୁଙ୍କ ପ୍ରକଳ୍ପ ‘ମାଭିକ୍’

2,376

କନକ ବ୍ୟୁରୋ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ…ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ବାଧାବିଘ୍ନ ହାର ମାନିନିଏ । ଆଉ ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ଅନୁଗୁଳର ଜଣେ ବ୍ୟାଗ୍ ବିକାଳୀଙ୍କ ପୁଅ ଶୁଭ୍ରାଂଶୁ । ବାପା ସିନା ବ୍ୟାଗ ବିକି ପରିବାର ଚଳାଉଛନ୍ତି ହେଲେ ଦୃଢମନା ପୁଅ କଠିନ ପରିଶ୍ରମ ବଳରେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ଜିତିଛନ୍ତି ନାସା ବୈଜ୍ଞାନିକଙ୍କ ହୃଦୟ ।

ବାପା ବ୍ୟାଗ ବିକାଳୀ, କିନ୍ତୁ ପୁଅକୁ ବଡ଼ କରିବାର ଆଶା। ଅନୁଗୁଳ ହୁଳୁରୁସିଙ୍ଗାର ଲକ୍ଷ୍ମଣ ନାଏକ ଓ ସୁଲୋଚନା ନାୟକଙ୍କ ପୁଅ ଶୁଭ୍ରାଂଶୁ ଯିବେ ନାସା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ କିନ୍ତୁ ପୁଅ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନାସାରେ ସ୍ଥାନ ପାଇବ ତାଙ୍କ ଦ୍ବାରା ନିର୍ମିତ “ମାଭିକ” ପ୍ରକଳ୍ପ। ବୈଜ୍ଞାନିକଙ୍କ ହୃଦୟ ଜିତି ନାସା ଯିବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକ । ମାଭିକ ଏମିତି ଏକ ପ୍ରକଳ୍ପ ଏହା ଗୁଗୁଲ ମ୍ୟାପ ଦ୍ୱାରା ଏକ ନିର୍ଦିଷ୍ଟ ସ୍ଥାନରେ ପହଂଚିବା ସହ ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଂଚଳ ,ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବ। ଯେଉଁ ସବୁ ସ୍ଥାନକୁ ଡାକ୍ତର ଯିବା ସମ୍ଭବ ହୋଇନଥାଏ ସେଠାକୁ “ମାଭିକ ଡ୍ରୋନ୍” ଯାଇ ଫାଷ୍ଟ ଏଡ଼ ଧରି ଘଟଣା ସ୍ଥାନରେ ପହଂଚିବା ସହ କ୍ୟାମେରା ରେ ଡାକ୍ତରଙ୍କୁ ଦେଖିପାରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରି ପାରିବେ।

“ମାଭିକ” ପ୍ରକଳ୍ପ ଶୁଭ୍ରାଂଶୁ କୁ ନାସା ପର୍ଯ୍ୟନ୍ତ ବାଟ କଢ଼ାଇଛି । ମାତ୍ର ୬୫ ହଜାର ଟଙ୍କା ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ମାସ ଲାଗିଛି। ପ୍ରକଳ୍ପ ପ୍ରସ୍ତୁତ ପରେ ଶୁଭ୍ରାଂଶୁ ନିଜ ପ୍ରକଳ୍ପକୁ ନାସାର ସ୍ପେସ ସେଟେଲମେଣ୍ଟ ୱେବସାଇଟରେ ଅପଲୋଡ଼ ପରେ ମନୋନୀତ କରିଛି ନାସା। ଭାରତରୁ ୨ ଜଣଙ୍କ ସମେତ ଶୁଭ୍ରାଂଶୁ ଓ ବିଶ୍ୱରେ ୧୩୮ ଜଣ ପ୍ରତିଯୋଗୀ ୱାସିଂଟନର ସ୍ପେସ ସେଟେଲମେଣ୍ଟରେ ଡିସେମ୍ବର ୧ରେ କାର୍ଯ୍ୟକ୍ରମ ହେବ।ଏଥିରେ ଶଭ୍ରାଂଶୁ ଭାଗ ନେଇଥିବାରୁ ପରିବାର ଲୋକେ ଓ ସ୍କୁଲର ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ମାସ ୨୩ ତାରିଖରେ ଶୁଭ୍ରାଂଶୁ ଯିବେ ନାସା।

ନାସା ପାଇଁ ପାସପୋର୍ଟ ପ୍ରସ୍ତୁତ , ଅନୁଗୋଳର ଛାତ୍ର ଶୁଭ୍ରାଂଶୁ ତାଙ୍କ ଦ୍ବାରା ପ୍ରସ୍ତୁତ ନାସାରେ ସ୍ଥାନ ପାଇବ ମାଭିକ ପ୍ରକଳ୍ପ ଅନ୍ୟପ୍ରତିଯୋଗୀକୁ ପଛରେ ପକାଇ ବାଜି ମାରି ଅନୁଗୋଳ ଓ ଦେଶର ଗୌରବ ଅର୍ଜନ କରିପାରିବେ କି ଶୁଭ୍ରାଂଶୁ ତାହା ସମୟ ସ୍ପଷ୍ଟ କରିବ।