ହସପିଟାଲରେ ଜନ୍ମ ନେଲା ପ୍ଲାଷ୍ଟିକ ବେବି : ଏକ ଦୁର୍ଲଭ ରୋଗରେ ପୀଡିତ ଏହି ଶିଶୁ

226

ରାଜସ୍ଥାନର ଅଲୱରର ସାହିଲ ହସପିଟାଲରେ ଏକ ଦୁର୍ଲଭ ଶିଶୁ ଜନ୍ମ ନେଇଛି । ଏହି ଶିଶୁ ଏକ ଦୁର୍ଲଭ ରୋଗରେ ଗ୍ରସ୍ତ । ସୂଚନା ମୁତାବକ, ଭରତପୁର ଜିଲ୍ଲାର ସିକ୍ରି ନିବାସୀ ସିମରନ ଏହି ଶିଶୁକୁ ସୋମବାର ସନ୍ଧ୍ୟା ୬ଟା ୨୪ରେ ଜନ୍ମ ଦେଇଛନ୍ତି । ଏହି ରୋଗ ସହିତ ଜନ୍ମ ହେଉଥିବା ଶିଶୁକୁ କୋଲାଡିୟନ ବେବି କୁହାଯାଏ । ଏହା ଏକ ଦୁର୍ଲଭ ରୋଗ, ଯାହାକି ୩ଲକ୍ଷ ଶିଶୁଙ୍କ ମଧ୍ୟରୁ କୌଣସି ଜଣେ କୁ ହୁଏ ।

ଯେଉଁ ସମୟରେ ମହିଳାଙ୍କୁ ପ୍ରସବ ପୀଡା ଆରମ୍ଭ ହେଲା ଓ ହସପିଟାଲରେ ତାଙ୍କର ସହାୟତା ପାଇଁ ତାଙ୍କ ସହିତ ଥିବା ଷ୍ଟାଫ ଯେମିତି ହି ଶିଶୁକୁ ଦେଖିଲେ, ପୁରା ଷ୍ଟାଫ ଡରିଗଲେ । ଜନ୍ମ ସମୟରେ ଶିଶୁର ଦେହରେ ପ୍ଲାଷ୍ଟିକ ଭଳି ସ୍ତର ଲାଗିଥିଲା । ଯେମିତି ସେହି ସ୍ତର ଛାଡିବାକୁ ଲାଗିଲା ଶିଶୁର ଶରୀରରୁ ରକ୍ତ ବାହାରିଲା । ଡାକ୍ତରଙ୍କ ଦ୍ୱାରା ଶିଶୁକୁ ବଂଚାଇ ଦିଆଯାଇଛି । ଏମିତି ରୋଗରେ ପୀଡିତ ଶିଶୁକୁ ପ୍ଲାଷ୍ଟିକ ବେବି ମଧ୍ୟ କୁହନ୍ତି । ଏହା ଆନୁବଂଶିକ ରୋଗ ହୋଇଥାଏ ଏବଂ ଏହାର ସଠିକ୍ ଉପଚାର ମିଳିବା ପରେ ରୋଗ ଠିକ୍ ସମୟରେ ଠିକ୍ ହୋଇଯାଇଥାଏ ।