ଆଜି ଠାରୁ ଏକାଥରକେ ୯୦ ଲକ୍ଷ ଟ୍ରକ ବନ୍ଦ! ସାଧାରଣ ଲୋକ ହେବେ ହଟହଟା, ବଢ଼ିପାରେ କ୍ଷୀର ଓ ପନିପରିବା ଦର

121

ଚାଷୀଙ୍କ ଆନ୍ଦୋଳନ ଶେଷ ହେବା ପରେ ଆଜିଠୁ ଦେଶବ୍ୟାପୀ ଟ୍ରକ ଗୁଡ଼ିକ ଚକା ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେତୁ ଟ୍ରକ ଚାଳକ ଓ ମାଲିକ ସରକାରଙ୍କ ବିରୋଧରେ ହରତାଳ ଆରମ୍ଭ କରିଛନ୍ତି । ଏହାଛଡ଼ା ତୃତୀୟ ପକ୍ଷ ବୀମା ଉପରେ ଦାମ ବୃଦ୍ଧିକୁ ନେଇ ମଧ୍ୟ ଟ୍ରକ ଚାଳକ ଖପ୍ପା ଅଛନ୍ତି । ତେଣୁ ଏଳାସଙ୍ଗରେ ୯୦ ଲକ୍ଷ ଟ୍ରକ ହରତାଳକୁ ଓହ୍ଳାଇଛନ୍ତି । ଯାହା ଏବେ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏକାଥରକେ ୯୦ ଲକ୍ଷ ଟ୍ରକ ଆନ୍ଦୋଳକୁ ଓହ୍ଲାଇବା ଫଳରେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ପଡ଼ିବ । କାରଣ ଯଦି ଟ୍ରକ ଧର୍ମଘଟ ଲାଗି ରୁହେ ତେବେ ଆଗାମୀ କିଛି ଦିନ ମଧ୍ୟରେ ପନିପରିବା ଓ କ୍ଷୀର ସପ୍ଲାଇ ସେବା ଏକରକମ ଠପ୍ ହୋଇଯିବ । ଚାଷୀଙ୍କ ଆନ୍ଦୋଳନ ଠାରୁ ଏହାର ପ୍ରଭାବ ଅଧିକ ପଡ଼ିବ ବୋଲି ଆକଳନ କରାଯାଉଛି । କାରଣ ଟ୍ରକ ମାଧ୍ୟମରେ ହିଁ ଅଧିକାଂଶ ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ସପ୍ଲାଇ ହୋଇଥାଏ ।

ଅଲ ଇଣ୍ଡିଆ ଫେଡ଼ରେସନ ଅଫ୍ ଗୁଡ଼ସ ଭେଇକିଲ ଓନର୍ସର ସଭାପତିଙ୍କ କହିବା ଅନୁଯାୟୀ, ଡିଜେଲ ଓ ପେଟ୍ରୋଲର ମହଙ୍ଗା ମାଡ଼ ଟ୍ରକ ମାଲିକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହାଦ୍ୱାରା ଟ୍ରକ ମାଲିକଙ୍କୁ କ୍ଷତି ସହିବାକୁ ପଡ଼ୁଛି । ତେଣୁ ୯୦ ଲକ୍ଷ ଟ୍ରକ ଏକକାଳୀନ ହରତାଳକୁ ଓହ୍ଳାଇଛନ୍ତି । ଯାହା ଦେଶରେ ଚାଲୁଥିବା ଟ୍ରକର ୬୦ ପ୍ରତିଶତ । ଯଦି ଏହି ଅବସ୍ଥା ଲାଗି ରୁହେ , ତେବେ ଆଗକୁ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆକଳନ କରାଯାଉଛି ।

କଣ ଥିଲା ଦାବି : ଟ୍ରକ ମାଲିକଙ୍କ କହିବା ଅନୁଯାୟୀ, ପେଟ୍ରୋଲ ଓ ଡ଼ିଜେଲର ବାରମ୍ବାର ଦର ବୃଦ୍ଧ, ଟାୟାର ଓ ସ୍ପେୟାର ପାର୍ଟସର ମୂଲ୍ୟ ବୃଦ୍ଧି ଫଳରେ ଗାଡ଼ିର ରକ୍ଷାଣବେକ୍ଷଣରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହାଛଡ଼ା ଗାଡ଼ି ଉପରେ ଥିବା ଋଣ ଓ ରୋଡ଼ ଟ୍ୟାକ୍ସ ପୂର୍ବପେକ୍ଷା ଅଧିକ ରହୁଛି । ବାରମ୍ବାର ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧି ଫଳରେ ୩୦ରୁ ୪୦ ପ୍ରତିଶତ ଟ୍ରକ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ପଡ଼ି ଯାଇଛି । ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଏକାଥରକେ ୯୦ ଲକ୍ଷ ଟ୍ରକ ହରତାଳକୁ ଓହ୍ଲାଇଛନ୍ତି ।

Courtesy: Aajtak