କନକ ବ୍ୟୁରୋ: ନନ୍ଦନକାନନର ନୂଆ ଅତିଥି । ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଲା ଆନାକୋଣ୍ଡା । ଏହା ସହ ନୀଳ ନଦୀର କୁମ୍ଭୀର ମଧ୍ୟ ନନ୍ଦନକାନନକୁ ଆସିଛି । ତେବେ ୯ଟି ଆନାକୋଣ୍ଡା ଏବଂ ୩ ଟି ନୀଳ ନଦୀ କୁମ୍ଭୀର ସହ ମୋଟ ୧୧ଟି ସରୀସୃପ ନନ୍ଦନକାନନର ନୂଆ ଅତିଥି ସାଜିଛନ୍ତି ।
ତେବେ ତାମିଲନାଡୁର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ୩ କୁମ୍ଭୀର ସହ ୯ଟି ଆନାକୋଣ୍ଡାକୁ ଅଣାଯାଇଛି । ଆଉ ଏହି ସରୀସୃପଙ୍କୁ ଆଣିବା ପାଇଁ ନନ୍ଦନକାନନର ଏକ ଟିମ୍ ଯାଇଥିଲା ।
ଗତ କିଛି ଦିନ ତଳେ ନନ୍ଦନକାନନରେ ହାରପିସ ଭାଇରସ ଆତଙ୍କ ଖେଳିଥିଲା । ଭାଇରସ ଫଳରେ ୪ଟି ହାତୀଙ୍କ ଲଗାତାର ମୃତ୍ୟୁ ଆଉ ୫ ଦିନ ତଳେ ବାଘର ମୃତ୍ୟୁ ନନ୍ଦନକାନନ ପାଇଁ ଦୁଃଖ ଖବର ଆଣିଥିଲା । ତେବେ ଆଜି ୧୨ ଅତିଥିଙ୍କ ଆଗମନୀ ପରେ ନନ୍ଦନକାନନରେ ଖୁସି ଖେଳି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/Anna.jpg)