ମୋଦି ସରକାରଙ୍କ ଶାସନ କାଳରେ ସୁଇସ୍ ବ୍ୟାଙ୍କରେ ଭାରତୀୟ କଳାଧନ ମହଜୁଦକାରୀମାନେ ଜମା ରାଶି ବଢ଼ାଇ ଚାଲିଛନ୍ତି ବୋଲି ୨୦୧୭ ମସିହାରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପିୟୂଷ ଗୋଏଲ ମଙ୍ଗଳବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ସୁଇସ୍ ନ୍ୟାସନାଲ୍ ବ୍ୟାଙ୍କ(ଏସଏନବି)ରେ ପୂର୍ବ ଅପେକ୍ଷା ଭାରତୀୟ ଜମାକାରୀଙ୍କର ଜମାରାଶି ୮୦ ପ୍ରତିଶତ ହ୍ରାସ ପାଇଛି।
ସେ ଆହୁରି ବି ସ୍ପଷ୍ଟ କରି କହିଛନ୍ତି ଯେ, ଗତ ବର୍ଷ ଏହି ଜମା ରାଶି ୩୪.୫ ପ୍ରତିଶତ ହ୍ରାସ ପାଇଥିଲା। ୨୦୧୩ରୁ ୨୦୧୮ ମଧ୍ୟରେ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଖାତାରେ ଜମା ରାଶି ସୁମଦାୟ ୮୦ ପ୍ରତିଶତ କମ୍ ହୋଇଥିବା ରିପୋର୍ଟ ରହିଛି।
/kanak/media/post_attachments/wp-content/uploads/2018/07/Master-15-300x166.png)
ସେଥିରେ ଆହୁରି ଏକ କଥା ବି ଉଲ୍ଲେଖ କରାଯାଇଛି ଯେ ୨୦୧୭ ମସିହା ଡିସେମ୍ବର ୨୧ ତାରିଖରେ ଭାରତର ସୁଇଜରଲାଣ୍ଡ ସହିତ ଏକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ମୁତାବକ ଅନ୍ତର୍ଜାତୀୟ ମାନ ଅନୁଯାୟୀ ୨ ଦେଶ ୨୦୧୮ ମସିହା ଜାନୁଆରି ପହିଲାରୁ ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଯୋଗାଡ଼ ହୋଇଥିବା ସମସ୍ତ ତଥ୍ୟ ୨୦୧୯ରେ ଆଦାନ-ପ୍ରଦାନ ହେବ।