ସରମରେ ନଇଁଗଲା ମୁଣ୍ଡ ! ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବତୀଙ୍କ ଡ୍ରେସ ଚିରିଲେ ୮ ଯୁବକ

54

କନକ ବ୍ୟୁରୋ : ବିହାର ଜେହନାବାଦର ବିଚ୍ ରାସ୍ତାରେ ଜଣେ ନାବାଳିକାକୁ ପଶୁ ଭଳି ଝୁଣି ପକାଉଛନ୍ତି ୮ଜଣ ଯୁବକ । କ୍ୟାମେରାରେ ମଧ୍ୟ ଏହି ଦୃଶ୍ୟ ରେକର୍ଡ ହୋଇଛି । ଏହି ଭିଡିଓ କ୍ଲିପ୍ ଆଜି ସାରା ଦେଶରେ ଭାଇରାଲ୍ ହୋଇ ବୁଲୁଛି । ଗୋଡାଇ ଗୋଡାଇ ଛୋଟ ଝିଅଟିର ଡ୍ରେସକୁ ଚିରିପକାଉଛନ୍ତି କାମୁକ ଯୁବକମାନେ । ଝିଅଟି ଯେତେ କାକୁତିମିନତି ହୋଇ ଚିକ୍ରାର କରୁଛି, ଏହି ଅମଣିଷ ମାନେ ସେତିକି ଉତେଜିତ ହୋଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଛନ୍ତି । ଆଉ ଏହି ଘଟଣା ପୁଣିଥରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

report-on-small-girls-physical-assault-pending-casesମଣିଷର ମୁଖା ପିନ୍ଧି କିିଛି ଲୋକ, ପଶୁଠାରୁ ବି ହୀନ ଆଚରଣ କରିପାରନ୍ତି । ତାହା ବିହାର ଘଟଣାରୁ ଜଣାପଡ଼ିଛି । ଠିକ୍ ପଶୁମାନେ ଝୁଣିଲା ଭଳି ଜଣେ ଅସହାୟ ଝିଅର ଇଜ୍ଜତକୁ ବିଚ୍ ବଜାରରେ ନିଲାମ୍ କରୁଛନ୍ତି ଏହି ଅସାମାଜିକ ଯୁବକମାନେ । ୮-୮ ଜଣ ଯୁବକ, କିଏ ଝିଅର ଡ୍ରେସ୍ ଟାଣି ପକାଉଛି, ତ ଆଉ କିଏ ଅତି ନିର୍ମମ ଭାବରେ ଅସାଳୀନ ବ୍ୟବହାର କରୁଛି ।

ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଭିଡ଼ିଓ ହେଉଛି ବିହାରର ଜେହାନାବାଦର । ଆଇନକାନୁନକୁ ଖାତିର୍ ନକରି ୮ ଜଣ ଉଦ୍ଧତ ଯୁବକମାନେ ଯେମିତିି ଭାବରେ ଏହି ଯୁବତୀଙ୍କୁ ବିବସ୍ତ୍ର କରୁଛନ୍ତି, ତାହା କୌଣସି ସଭ୍ୟ ମଣିଷ ଦେଖିବା ବି ସମ୍ଭବ ନୁହେଁ । ମାନବିକତାର ସବୁ ସୀମା ଟପିଯାଇଥିବା ଏହି ୮ଜଣ ଯୁବକଙ୍କ ମଧ୍ୟରୁ ୬ ଜଣକୁ ପୁଲିସ୍ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଖୋଜୁଛି ପୁଲିସ ।

ଯେତେବେଳେ ଗୋଟିଏ ପରେ ଗୋଟିଏ ଦୁଷ୍ମର୍ମ ଘଟଣା ସାମ୍ନାକୁ ଆସୁଛି, ଯେତେବେଳେ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଅଧ୍ୟାଦେଶ ଆସୁଛି, ଠିକ୍ ସେତିକି ବେଳେ ବିହାରୁ ଆସୁଛି ଏହି ଭଳି ନାରକୀୟ କାଣ୍ଡ । ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଉଛି ।