ସରକାରୀ କର୍ମଚାରୀଙ୍କୁ ମୋଦି ଦେଇପାରନ୍ତି ଉପହାର ! ୧୨ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢିପାରେ ଦରମା

ସରକାରୀ କର୍ମଚାରୀଙ୍କୁ ମୋଦି ଦେଇପାରନ୍ତି ଉପହାର

558

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କୁ ମୋଦି ସରକାର ପୁଣି ଏକ ଖୁସି ଖବର ଦେଇପାରନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ରନିଂ ଆଲାଉନ୍ସ ବଢିବା ନେଇ ନିଷ୍ପତ୍ତି ହୋଇସାରିଛି । ରେଳ ବିଭାଗ ଲୋକୋ ପାଇଲଟ, ଆସିଷ୍ଟାଣ୍ଡ ଲୋକ ପାଇଲଟ ଓ ଗାର୍ଡମାନଙ୍କ ଦରମା ବଢାଇବ ବୋଲି ଚିନ୍ତା କରୁଛି । ତେଣୁ ଏହି କର୍ମଚାରୀଙ୍କୁ ୭ମ ବେତନ କମିଶନର ସହ ରନିଂ ଆଲାଉନ୍ସ ମଧ୍ୟ ମିଳିବ । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତମାନ ସମୟରେ ଗାର୍ଡ, ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଡ ଲୋକୋ ପାଇଲଟଙ୍କୁ ପ୍ରତି ୧୦୦ କିମି ରେ ୨୫୫ ଟଙ୍କା ମିଳୁଛି । ଯାହା ବର୍ତମାନ ସମୟରେ ୫୨୦ ଟଙ୍କା ମିଳିବ । ରେଳବାଇର ଅଗ୍ରମୀ ଶ୍ରେଣୀ କର୍ମଚାରୀଙ୍କୁ ୨୦୧୭ ମସିହାରେ ଆଲାଉନ୍ସ ଟଙ୍କା ଦିଆଯାଇଛି ।

ତେବେ ରିନିଂ ଷ୍ଟାପମାନଙ୍କୁ ଏହା ଦେବା ପାଇଁ ଅନେକ ବୈଠକ ହେଉଥିଲା । ୨୦୧୬ ମସିହାରେ ଗଠିତ ହୋଇଥିବା ରେଳବାଇ ଆଲାଉନ୍ସ କମିଟି ୨୦୧୮ ମସିହା ଜୁନ ମାସରେ ଆଲାଉନ୍ସ ଦେବା ପାଇଁ କହିଥିଲେ । ତେବେ ରେଳବାଇରେ କାର୍ଯ୍ୟରତ ଗାର୍ଡଙ୍କୁ ମଧ୍ୟ ଏହାର ଅନ୍ତର୍ଭକ୍ତ କରିବା ପାଇଁ ଚଳିତ ମାସ କମିଟି ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । କମିଟି ନିଷ୍ପତ୍ତି ନେବା ପରେ ମେଲ-ଏକ୍ସପ୍ରେସ, ରାଜଧାନୀ, ଶତାଦ୍ଦୀ,ସୁପର ଫାଷ୍ଟ ଓ ମାଲଗାଡିରେ କାର୍ଯ୍ୟରତ ଗାର୍ଡମାନେ ଏହାର ସୁବିଧା ପାଇପାରିବେ ଅର୍ଥାତ ସେମାନଙ୍କୁ ଏଣିକି ୧୦୦ କିମିରେ ୫୨୫ ଟଙ୍କା ଲେଖାଏଁ ମିଳିବ । ତେଣୁ ପ୍ରତ୍ୟେକ ମାସ ଜଣେ ଲୋକପାଇଲଟ ଓ ଗାର୍ଡ ମାସକୁ ୧୨ ହଜାରରୁ ୨୫ ହଜାର ଟଙ୍କା ଅଧିକ ପାଇବେ ବୋଲି ସୂଚନା ମିଳିଛି । ରେଳବାଇ ଏହି ନିୟମକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କର୍ମଚାରୀମାନେ ଦାବି କରିଥିବା ନେଇ ସୂଚନା ମିଳିଛି ।