ବଜାରରେ ଏବେ ରସୁଣ ରାଜ୍ । ପିଆଜ ଓ ଟମାଟୋ ପରେ ଏବେ ଆକାଶଛୁଆଁ ହେଲା ରସୁଣ ଦର ।

357

ପିଆଜ ଓ ଟମାଟୋ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ରସୁଣ ଦର ବି ଅକାଶ ଛୁଆଁ ହୋଇଛି। ଦିଲ୍ଲୀରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ରସୁଣ କିଲୋ ପ୍ରତି ୨୫୦-୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋ ପିଛା ୧୫୦-୨୦୦ଟଙ୍କାରେ ମିଳୁଥିଲା।

ଦେଶରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ରହିଥିବା ସତ୍ତ୍ୱେ ଏହାର ଦର ଆକାଶଛୁଆଁ ହୋଇଛି। ଦେଶର ପ୍ରମୁଖ ରସୁଣ ମଣ୍ଡି ମଧ୍ୟପ୍ରଦେଶର ନିମଚଳ ମଂଦସୋର ଓ ରାଜସ୍ଥାନର କୋଟାର ବ୍ୟବସାୟୀଙ୍କ କହିବାନୁସାରେ, ବର୍ଷା କାରଣରୁ ଗଚ୍ଛିତ ଥିବା ରସୁଣ ନଷ୍ଟ ହୋଇଯାଇଥିବା ହେତୁ ରସୁଣ ଯୋଗାଣ ହ୍ରାସ ପାଇଛି। ତେଣୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି।

ଶନିବାର ବିଭିନ୍ନ କ୍ୱାଲିଟିର କୁଇଣ୍ଟାଲ ପିଛା ରସୁଣ ମୂଲ୍ୟ ୮,୦୦୦-୧୭୦୦ଟଙ୍କା ରହିଥିଲା ବ୍ୟବସାୟୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ପେଶାଲ କ୍ୱାଲିଟିର ରସୁଣ ପ୍ରତି କୁଇଣ୍ଟାଲ ପିଛା ୨୧,୭୦୦ଟଙ୍କାରେ ବିକ୍ରି ହେଉଛି। କୋଟାରେ ରସୁଣ ଦର ପ୍ରତି କୁଇଣ୍ଟାଲ ପିଛା ୭,୦୦୦-୧୭,୫୦୦ ଟଙ୍କା ରହିଛି।