ଆଜିକାଲି ଲୋକମାନଙ୍କୁ ବ୍ୟସ୍ତବହୁଳ ଜୀବନରେ ନିଜର ବ୍ୟକ୍ତିଗତ ଜୀବନ ସହିତ ଖାପଖୁଆଇ ଚଳାଇବାରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି। ବ୍ୟସ୍ତତା ହେତୁ ଲୋକମାନେ ନିଜ ଉପରେ ଧ୍ୟାନ ଦେଇ ପାରୁ ନାହାନ୍ତି, ଯେଉଁଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି କ୍ଷେତ୍ରରେ ମନ ଅବସାଦଗ୍ରସ୍ତ ହୋଇ ପଡ଼ିଥାଏ। କାମ କରିବାରେ ମନ ଲାଗି ନଥାଏ। ଏପରି ପରିସ୍ଥିତିରେ ଏହି ୭ଟି ଖାଦ୍ୟ ଖାଆନ୍ତୁ ତୁରନ୍ତ ସତେଜ ଅନୁଭବ କରନ୍ତୁ।

Advertisment

publive-image

ନଡ଼ିଆ: ନଡ଼ିଆରେ ଭରପୁର ମାତ୍ରାରେ ମିଡିୟମ ଚେନ୍ ଫ୍ୟାଟି ଏସିଡି ରହିଥାଏ। ଯାହା ମସ୍ତିଷ୍କକୁ ସୁସ୍ଥ ରଖିବା ଫଳରେ ମନକୁ ବିଷାଦଗ୍ରସ୍ତ ହେବାରୁ ଦିଏନାହିଁ। ଏଥିରେ ପ୍ରାକୃତିକ ଭାବେ ସ୍ୱାଦ ଓ ମିଠା ପରିମାଣ ଭରପୂର ରହିଥାଏ। ଏମିତିରେ ଯଦି ଆପଣଙ୍କ ମନ ବିଷାଦଗ୍ରସ୍ତ ଥାଏ କିମ୍ବା କୌଣସି କାମରେ ମନ ଲାଗୁ ନଥାଏ ତେବେ ନଡ଼ିଆର ଖାଆନ୍ତୁ ।

publive-image

ଡାର୍କ ଚକୋଲେଟ: ସର୍ଭେକ୍ଷଣରୁ ଜଣାପଡ଼ିଛି ଡାର୍କ ଚକୋଲେଟର କିଛି ଖଣ୍ଡ ଖାଇବା ଦ୍ୱାରା ଆପଣଙ୍କ ଶରୀରର କାର୍ଟିସୋଲ ଓ କେଟିକୋଲାମାଇନ୍ ସ୍ତର ବି କମ୍ ହୋଇଯାଇଥାଏ। ଏହି ଦୁଇଟି ହର୍ମୋନ୍ ଆପଣଙ୍କ ମନକୁ ବିଷାଦଗ୍ରସ୍ତରୁ ଦୂରେଇ ରଖିଥାଏ।

publive-image

ପାଳଙ୍ଗ: ପାଳଙ୍ଗର ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି ନିଶ୍ଚୟ, ଏହା କିପରି ମନକୁ ସତେଜ କରି ପାରିବ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ କି ପାଳଙ୍ଗ ବିଷାଦଗ୍ରସ୍ତ ମନକୁ ତୁରନ୍ତ ଠିକ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

publive-image

ଅଣ୍ଡା: ଅଣ୍ଡାରେ ଥିବା ଓମେଗା-୩ ଫ୍ୟାଟି ଏସିଡ ଓ ପ୍ରଚୁରମାତ୍ରାରେ ପ୍ରୋଟିନ୍ ସହିତ ଭିଟାମିନ୍ ରହିଥାଏ। ଗୋଟିଏ ପଟେ ପ୍ରୋଟିନ୍ ଆପଣଙ୍କ ସନ୍ତୁଷ୍ଟିର ସ୍ତରକୁ ବୃଦ୍ଧି କରିଥାଏ ତ ଅନ୍ୟପଟେ ଆପଣଙ୍କ ମନକୁ ସତେଜ ରଖିବାରେ ସହାୟକ ହୋଇଥାଏ।

publive-image

ବିଲାତିବାଇଗଣ: ବିଲାତିବାଇଗଣ ଚୋପାରେ ଲାଇକୋପିନ୍ ଥାଏ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ। ଯାହାକି ବିଷାଦଗ୍ରସ୍ତ ମନକୁ ସତେଜ କରି ଦେଇଥାଏ। ଆପଣଙ୍କ ମନ ଯଦି କେବେ ବିଷାଦଗ୍ରସ୍ତ ହୋଇ ପଡ଼ୁଛି ତେବେ ବିଲାତିବାଇଗଣ ଖାଆନ୍ତୁ।

publive-image

ମହୁ: ମହୁରେ କ୍ୟାଫରାନ୍ ଓ କ୍ୱାରସିଟିନ୍ ଥାଏ, ଯାହାକି ମସ୍ତିକକୁ ସୁସ୍ଥ ରଖିବା ସଙ୍ଗେ ମନକୁ ଅବସାଦଗ୍ରସ୍ତ ହେବାକୁ ଦିଏ ନାହିଁ । ଏଥିସହିତ ମହୁ ଚିନିଠାରୁ ପାଞ୍ଚଗୁଣା ଅଧିକ ମିଠା ହୋଇଥାଏ ।

publive-image

ଦହି: ସେହିପରି ଦହିରେ ପ୍ରଚୁରମାତ୍ରାର କ୍ୟାଲସିୟମ୍ ମିଳିଥାଏ। ଏହା ମସ୍ତିଷ୍କ ଭିତରେ ନ୍ୟୁରୋଟ୍ରାନ୍ସମିଟରକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଆଗକୁ ଯଦି ଆପଣଙ୍କ ମନ ବିଷାଦଗ୍ରସ୍ତ ହେଉଛି ତେବେ ଏହିସବୁ ଉପାୟକୁ ଆପଣାଇବା ପାଇଁ ଭୁଲନ୍ତୁ ନାହିଁ ।