ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୧ ହଜାର ୩୬ କୋଟି ଟଙ୍କାର ପୁଞ୍ଜି ନିବେଶରେ ୨ ହଜାର ୭୭୮ ଜଣଙ୍କୁ ମିଳିବ ନିଯୁକ୍ତି

279

କନକ ବ୍ୟୁରୋ: ୮୫ ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ବିଶେଷ କରି ୫ଟି ସେକ୍ଟରର ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୧,୦୩୬ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ବୋଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ନିଷ୍ପତି ହୋଇଛି । ତେବେ ଏହାଦ୍ୱାରା ୨ହଜାର ୭୭୮ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହି ପୁଞ୍ଜିବିନିଯୋଗ ହେବାକୁଥିବା ୫ଟି ସେକ୍ଟର ହେଲା- ଦୁଇଟି ପ୍ଲାଷ୍ଟିକ ସେକ୍ଟର, ଫୁଡ୍ ପ୍ରସେସିଙ୍ଗି ସେକ୍ଟର , ୨ଟି ଗୋଟିଏ ଲୋଜିଷ୍ଟିକ୍ ଏବଂ ମେଟାଲ ଓ ଟୁରିଜିମ ସେକ୍ଟର ରହିଛି । ଏହି କମ୍ପାନୀ ମାନଙ୍କ ମଧ୍ୟରୁ ସୁପ୍ରିମ୍ ପାଇପରେ ୧୫୧ କୋଟି ଟଙ୍କା ନିବେଶ ହେବାକୁଥିବାବେଳେ ଏହିଥିରେ ୩୨୦ଜଣଙ୍କୁ ନିଯୁକ୍ତି ପ୍ରଦାନର ସୁଯୋଗ ରହିଛି । ସେହିପରି ଭାଗିରଥି ପ୍ୟାକେଜିଂରେ ୬୦.୨୯କୋଟି ପୁଞ୍ଜି ନିବେଶ ହେବାସହ ଏଥିରେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ ।

ORISSA_SECRETARIATଅନ୍ୟପଟେ ଖାଦ୍ୟ ପ୍ରକ୍ରିୟା କରଣ ସେକ୍ଟରରେ ଇନଟେକ୍ ଇଣ୍ଡିଆ ପକ୍ଷରୁ ୭.୮୮କୋଟି ପୁଞ୍ଜି ନିବେଶ ସହ ୨୦୫ ଜଣଙ୍କୁ ନିଯୁକ୍ତି, ଏକ୍ସପ୍ଲୋର ଫୁଡ୍ ପକ୍ଷରୁ ୫୧.୪କୋଟି ନିବେଶ କରିବା ସହ ୧୯୪ ନିଜୁକ୍ତି ସୁଯୋଗ ରହିଛି । ସେହିପରି ଲୋଜିଷ୍ଟିକ୍ ସେକ୍ଟରର ଉମଙ୍ଗ ଗ୍ରୁପ ପକ୍ଷରୁ ୯୯.୮ କୋଟି ଟଙ୍କା ପୁଞ୍ଜି ନିବେଶ ସହ ୨୩୪ ଜଣଙ୍କୁ ନିଯୁକ୍ତି, ପର୍ଯ୍ୟଟନ ସେକ୍ଟର ପାଇଁ ମେ ଫେୟାର କନଭେନସନ୍ ଓ ହୋଟେଲ ପାଇଁ ୩୦୦କୋଟି ଟଙ୍କା ପୁଞ୍ଜି ନିବେଶ ସହ ୮୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ସବୁଠାରୁ ବଡ଼କଥା ହେଲା କି, ଦୁଇଜଣ ଓଡ଼ିଆ ଉଦ୍ୟୋଗୀ ଓଡିଶାରେ ନିବେଶ କରିବା ପାଇଁ ଏଥର ମଞ୍ଜୁରୀ ପାଇଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ସେକଟରରୁ ଏକ୍ସପ୍ଲାର ଫୁଡର ସୁନିତା ଶତପଥୀ ନିବେଶ ଲାଗି ମଞ୍ଜୁରୀ ପାଇଥିବାବେଳେ ଲଜିଷ୍ଟିକ ସେକ୍ଟରରୁ ଉମଂଗ ଗ୍ରୁପର ରଶ୍ମି ରଞ୍ଜନ ରାଉରାୟ ।