ରାଜ୍ୟର ୯ଟି ବୁଥରେ ଜାରି ରହିଛି ସାନି ମତଦାନ । ଅପରାହ୍ନ ୩ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ।

118

କନକ ବ୍ୟୁରୋ : ରାଜ୍ୟର ୯ଟି ବୁଥରେ ଜାରି ରହିଛି ସାନି ମତଦାନ । ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ଗୁରୁବାର ସାନି ମତଦାନ ଜାରି ରହିଛି । ଅପରାହ୍ନ ୩ଟା ଯାଏଁ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।

ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ କୌଣସି କାରଣରୁ ତ୍ରୁଟି ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ସୁପାରିଶ କରିଥିଲେ । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ।

ସାନି ମତଦାନ ବୁଥ୍ ଗୁଡ଼ିକ :

ସୁନ୍ଦରଗଡ଼: ବଣାଇ ବିଧାନସଭା ଆସନ: ୧୨୯ ନମ୍ବର ବୁଥ

ସୁନ୍ଦରଗଡ଼: ସଦର ବିଧାନସଭା ଆସନ: ୨୧୩ ନମ୍ବର ବୁଥ

କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୧୦ ନମ୍ବର ବୁଥ

କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୨୨ ନମ୍ବର ବୁଥ

ବରଗଡ଼: ଅତାବିରା ବିଧାନସଭା ଆସନ: ୨୩୫ ନମ୍ବର ବୁଥ

ବରଗଡ଼: ସଦର ବିଧାନସଭା ଆସନ: ୬୮ ନମ୍ବର ବୁଥ

ବରଗଡ଼: ପଦ୍ମପୁର ବିଧାନସଭା ଆସନ: ୧୬ ନମ୍ବର ବୁଥ

ବରଗଡ଼: ବ୍ରଜରାଜନଗର ବିଧାନସଭା ଆସନ: ୨୫୪ ନମ୍ବର ବୁଥ

ଆସିକା: ସୋରଡ଼ା ବିଧାନସଭା ଆସନ: ୧୮୨ ନମ୍ବର ବୁଥ