ଖଣ୍ଡିଆ ଖାବରା ହୋଇଥିବା ଏହି କୁନି ଝିଅଟି । କୁମ୍ଭୀର ଆକ୍ରମଣରେ ଆହତ ହୋଇଛି ଏହି ଝିଅଟି । ଆଉ ସବୁଠାରୁ ବଡକଥା ହେଉଛି ଏହି କୁନି ଝିଅଟିକୁ ରକ୍ଷା କରିଛି ତାର ଭଉଣୀ । ମାତ୍ର ୬ ବର୍ଷ ବୟସରେ ୫ ଫୁଟ କୁମ୍ଭୀର ମୁହଁରୁ ଭଉଣୀକୁ ବଂଚାଇ ଆଣିଛି ମମତା । କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିଥିବା ବରାଡିଆ ଗାଁରେ ଘଟିଛି ଏଭଳି ଚମକାଇ ଦେଲା ଭଳି ଘଟଣା ।
ଗତକାଲି ଅପରାହ୍ନରେ ଅଶାନ୍ତି ଘର ପଛପଟେ ଥିବା ପୋଖରୀରେ ଧୋଇ ହେଉଥିବାବେଳେ ହଠାତ ଆକ୍ରମଣ କରିଥିଲା ଏକ ୫ ଫୁଟିଆ କୁମ୍ଭୀର । ଏହି ସମୟରେ କୂଳରେ ଛିଡା ହୋଇଛିବା ସାନ ଭଉଣୀ ମମତା ସାହସ ଜୁଟାଇ ଭଉଣୀକୁ ଟାଣି ଆଣିଥିଲା । ଫଳରେ ଏକ ବଡ ଅଘଟଣରୁ ବର୍ତି ଯାଇଥିଲା ଅଶାନ୍ତି । ମାତ୍ର ୬ ବର୍ଷ ବୟସରେ ମମତା ଯେଉଁ ସାସହ ଦେଖାଇଲା ତାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଶୟ ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-05-at-2.43.49-PM.png)