ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ରକୁ ୬ ଜଣ ଶିକ୍ଷକ, ଶିକ୍ଷାଧିକାରୀ କଲେ ଅଜବ ଯୁକ୍ତି

28

ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ର ପାଇଁ ୬ ଜଣ ଶିକ୍ଷକ । ଜାମ୍ମୁ କାଶ୍ମୀର ସାମ୍ବା ଅଂଚଳର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଘଟଣା । ସ୍କୁଲରେ ଜଣେ ଛାତ୍ର ପଢୁଥିବା ବେଳେ ୬ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଭିତିଭୂମି ଦୃଷ୍ଟିକୋଣରୁ ଏହି ସରକାରୀ ସ୍କୁଲରେ ଶ୍ରେଣୀଗୃହ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଠିକଠାକ ରହିଛି । କିନ୍ତୁ ସ୍କୁଲରେ ଅଛନ୍ତି ଜଣେ ମାତ୍ର ଛାତ୍ର ।

ତା’ଠାରୁ ଅଦ୍ଭୁତ କଥା ହେଉଛି ଜଣେ ଛାତ୍ରଙ୍କ ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ତେବେ ପିଲା ନଆସିବା ପଛରେ ଘରୋଇ ସ୍କୁଲ ଗୁଡ଼ିକର ସଂଖ୍ୟାବୃଦ୍ଧିକୁ ମୁଖ୍ୟତଃ ଦାୟୀ କରିଛନ୍ତି ରାଜ୍ୟ ଶିକ୍ଷାଧିକାରୀ । ସେପଟେ ସହପାଠୀ ନଥିବାରୁ ପଢ଼ୁଥିବା ଛାତ୍ରଜଣକ ସ୍ୱାଭାବିକ ପଢ଼ି ପାରୁନଥିବା କହିଛନ୍ତି ।