ରାତି ବିହୀନ ଦେଶ ! ଦୁନିଆର ଏଭଳି ୬ ଟି ଦେଶ ଯେଉଁଠି ହୁଏନାହିଁ ରାତି ।

1,189

ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ବୁଲିବାର ଖୁବ ମଜା ନେଇ ପାରିବେ । ଏହି ଦେଶ ଗୁଡିକର ସବୁଠାରୁ ଖାସ କଥା ହେଉଛି ଏଠାରେ ରାତି ହୁଏ ନାହିଁ । ଆସନ୍ତୁ ଜାଣିବା ଏପରି କିଛି ଦେଶ ବିଷୟରେ ଯେଉଁଠାରେ ସୂର‌୍ୟ୍ୟ କିଛି ଦିନ ପାଇଁ ଅସ୍ତ ହୁଅନ୍ତି ନାହିଁ ।

ନରୱେ –

ନରୱେ ଏକ ଖୁବ ସୁନ୍ଦର ଦେଶ । ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହା କାରଣରୁ ନରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ ।

ସ୍ୱିଡେନ –

ଆପଣ ଜାଣି ଆଶ୍ଚଯର୍ଜ୍ଞ୍ୟ ଦେବେ ଯେ ଏହି ଦେଶରେ ସୂର‌୍ୟ୍ୟ ୧୦୦ ଦିନ ପର‌୍ୟ୍ୟନ୍ତ ଅସ୍ତ ଦୁଅନ୍ତି ନାହିଁ । ମଇ ଠାରୁ ଆରମ୍ଭ କରି ଅଗଷ୍ଟ ପର‌୍ୟ୍ୟନ୍ତ ଲଗାତାର ଦିନ ହିଁ ଥାଏ ରାତି ହୁଏ ନାହିଁ ।

 

ଆଲାସ୍କା –

ଆଲାସ୍କା ମଧ୍ୟ ଏପରି ଏକ ଦେଶ ଯେଉଁଠାରେ ମଇରୁ ଜୁଲାଇ ଶେଷ ପର‌୍ୟ୍ୟନ୍ତ ରାତି ହୁଏ ନାହିଁ । ଏଠାରେ ରାତି ୧୨:୩୦ରେ ସୂର‌୍ୟ୍ୟ ଅସ୍ତ ଦୁଅନ୍ତି ଏବଂ ୫୧ ମିନିଟ ପରେ ପୁଣିଥରେ ସୂର୍ଯ୍ୟଦୟ ହୋଇଥାଏ ।

ଫିନଲ୍ୟାଣ୍ଡ-

ଫିନଲ୍ୟାଣ୍ଡର ସୁନ୍ଦରତାକୁ ଆହୁରି ସୁନ୍ଦର କରିଥାଏ ସେଠାକାର ହ୍ରଦ। ଗରମ ଦିନରେ ଏଠାରେ ଲଗାତାର ୭୩ ଦିନ ପର‌୍ୟ୍ୟନ୍ତ ସୂର‌୍ୟ୍ୟ ଅସ୍ତ ଦୁଅନ୍ତି ନାହିଁ । ଟ୍ରାଭେଲିଂ ପାଇଁ ଏହା ସବୁଠାରୁ ଭଲ ଅପସନ ।

କାନାଡା-

କାନାଡାର ଉତ୍ତର-ପଶ୍ଚିମ ଭାଗରେ ୫୦ ଦିନ ପର‌୍ୟ୍ୟନ୍ତ ରାତି ହୁଏ ନାହିଁ । କିନ୍ତୁ ଏହା କାନାଡାର କିଛି ଅଂଶରେ ଦେଖିବାକୁ ମିଳିଥାଏ ।

ଆଇସଲ୍ୟାଣ୍ଡ-

ଆଇସଲ୍ୟାଣ୍ଡ ପ୍ରକୃତିକ ସୁନ୍ଦରତାରେ ଭରପୂର ଏପରି ଏକ ଦେଶ ଯେଉଁଠାରେ ୧୦ ମଇ ଠାରୁ ଆରମ୍ଭ କରି ଜୁଲାଇ ଶେଷ ପର‌୍ୟ୍ୟନ୍ତ ସୂର‌୍ୟ୍ୟ ଅସ୍ତ ଦୁଅନ୍ତି ନାହିଁ । ଏଠାରେ ରାତି ଅଧାରେ ମଧ୍ୟ ଆପଣ ଦିନର ମଜା ନେଇ ପାରିବେ ।