ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ବୁଲିବାର ଖୁବ ମଜା ନେଇ ପାରିବେ । ଏହି ଦେଶ ଗୁଡିକର ସବୁଠାରୁ ଖାସ କଥା ହେଉଛି ଏଠାରେ ରାତି ହୁଏ ନାହିଁ । ଆସନ୍ତୁ ଜାଣିବା ଏପରି କିଛି ଦେଶ ବିଷୟରେ ଯେଉଁଠାରେ ସୂର୍ୟ୍ୟ କିଛି ଦିନ ପାଇଁ ଅସ୍ତ ହୁଅନ୍ତି ନାହିଁ ।
ନରୱେ -
ନରୱେ ଏକ ଖୁବ ସୁନ୍ଦର ଦେଶ । ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହା କାରଣରୁ ନରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ ।
ସ୍ୱିଡେନ -
ଆପଣ ଜାଣି ଆଶ୍ଚଯର୍ଜ୍ଞ୍ୟ ଦେବେ ଯେ ଏହି ଦେଶରେ ସୂର୍ୟ୍ୟ ୧୦୦ ଦିନ ପର୍ୟ୍ୟନ୍ତ ଅସ୍ତ ଦୁଅନ୍ତି ନାହିଁ । ମଇ ଠାରୁ ଆରମ୍ଭ କରି ଅଗଷ୍ଟ ପର୍ୟ୍ୟନ୍ତ ଲଗାତାର ଦିନ ହିଁ ଥାଏ ରାତି ହୁଏ ନାହିଁ ।
ଆଲାସ୍କା -
ଆଲାସ୍କା ମଧ୍ୟ ଏପରି ଏକ ଦେଶ ଯେଉଁଠାରେ ମଇରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ରାତି ହୁଏ ନାହିଁ । ଏଠାରେ ରାତି ୧୨:୩୦ରେ ସୂର୍ୟ୍ୟ ଅସ୍ତ ଦୁଅନ୍ତି ଏବଂ ୫୧ ମିନିଟ ପରେ ପୁଣିଥରେ ସୂର୍ଯ୍ୟଦୟ ହୋଇଥାଏ ।
ଫିନଲ୍ୟାଣ୍ଡ-
ଫିନଲ୍ୟାଣ୍ଡର ସୁନ୍ଦରତାକୁ ଆହୁରି ସୁନ୍ଦର କରିଥାଏ ସେଠାକାର ହ୍ରଦ। ଗରମ ଦିନରେ ଏଠାରେ ଲଗାତାର ୭୩ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ଦୁଅନ୍ତି ନାହିଁ । ଟ୍ରାଭେଲିଂ ପାଇଁ ଏହା ସବୁଠାରୁ ଭଲ ଅପସନ ।
କାନାଡା-
କାନାଡାର ଉତ୍ତର-ପଶ୍ଚିମ ଭାଗରେ ୫୦ ଦିନ ପର୍ୟ୍ୟନ୍ତ ରାତି ହୁଏ ନାହିଁ । କିନ୍ତୁ ଏହା କାନାଡାର କିଛି ଅଂଶରେ ଦେଖିବାକୁ ମିଳିଥାଏ ।
ଆଇସଲ୍ୟାଣ୍ଡ-
ଆଇସଲ୍ୟାଣ୍ଡ ପ୍ରକୃତିକ ସୁନ୍ଦରତାରେ ଭରପୂର ଏପରି ଏକ ଦେଶ ଯେଉଁଠାରେ ୧୦ ମଇ ଠାରୁ ଆରମ୍ଭ କରି ଜୁଲାଇ ଶେଷ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ଦୁଅନ୍ତି ନାହିଁ । ଏଠାରେ ରାତି ଅଧାରେ ମଧ୍ୟ ଆପଣ ଦିନର ମଜା ନେଇ ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Ponte-Vecchio-in-Florence.jpg)
/kanak/media/post_attachments/wp-content/uploads/2018/11/BNO9-norway-sweden-bike-tour-300x182.jpg)
/kanak/media/post_attachments/wp-content/uploads/2018/11/swiden2014-004-300x200.jpg)
/kanak/media/post_attachments/wp-content/uploads/2018/11/1000-mountains-lake-alaska-80-opacity-300x169.jpg)
/kanak/media/post_attachments/wp-content/uploads/2018/11/Lake-Jeris-300x165.jpg)
/kanak/media/post_attachments/wp-content/uploads/2018/11/maxresdefault-15-300x169.jpg)
/kanak/media/post_attachments/wp-content/uploads/2018/11/iceland-1200x853-300x213.jpg)