ଆଚାର୍ଯ୍ୟବିହାରରେ ଆଣ୍ଟିଦେଲେ ଟ୍ରାଫିକ ପୋଲିସ: ନିୟମ ଭାଙ୍ଗି ୫୨ ହଜାର ଗଣିଲେ ଅଟୋ ଡ୍ରାଇଭର । ନୂଆ ନିୟମ ପରେ ରାଜ୍ୟରେ ସବୁଠାରୁ ବଡ ଜରିମାନା

9,076

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଟୋ ଚାଳକ ଉପରେ ୫୨ ହଜାର ଟଙ୍କା ଫାଇନ । ନୂଆ ମୋଟର ଯାନ ଆଇନ ପରେ ଫସିଲେ ଅଟୋ ଚାଳକ । ଆଚାର୍ଯ୍ୟ ବିହାର ଛକ ଉପରେ ୫୨ ହଜାର ଟଙ୍କା ଫାଇନ ଗଣିଲେ ଅଟୋ ଡ୍ରାଇଭର । ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ବଡ ଜରିମାନା ଲଗାଇଲେ ଟ୍ରାଫିକ ପୋଲିସ ।

ତେବେ କଣ ପାଇଁ ଏତେ ଟଙ୍କା ଗଣିଲେ ଅଟୋ ଚାଳକ ଜାଣନ୍ତୁ କେଉଁ କାରଣ ପାଇଁ ତାଙ୍କୁ ଏତେ ଟଙ୍କା ଫାଇନ ଦେବାକୁ ପଡିଲା । ମଦ ପିଇ ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କା ଜରିମାନା । ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉ ଥିବାରୁ ୫ ହଜାର ଗଣିଲେ । ଅନଧିକୃତ ଭାବେ ଗାଡି ଚଲାଉ ଥିବାରୁ ୫ ହଜାର ଟଙ୍କା । ପ୍ରଦୂଷଣ ନିୟମ ଉଲଙ୍ଘନ ପାଇଁ ୧୦ ହଜାର ଟଙ୍କା । ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଉଥିବାରୁ ୫ ହଜାର ଟଙ୍କା । ବିନା ପରମିଟରେ ବୁଲୁଥିବାରୁ ୧୦ ହଜାର । ଇନସୁରାନ୍ସ ନଥିବାରୁ ୨ ହଜାର ଏବଂ ସାଧାରଣ ନିୟମ ଉଲ୍ଲଘଂନ ପାଇଁ ୫୦୦ ଟଙ୍କା ଫାଇନ କରାଯାଇଛି ।

ତେବେ ଆରଟିଓ ଅଫିସ ତରଫରୁ ୪୭ ହାଜର ୫୦୦ ଫାଇନ କଟା ଯାଇଥିବା ବେଳେ ପୋଲିସ ପକ୍ଷରୁ ୫ ହଜାର ଟଙ୍କା ଜରିମାନ କରାଯାଇ ମୋଟ ୫୨ ହଜାର ଟଙ୍କାର ଚାଲାଣ କଟାଯାଇଛି । ନୂଆ ଆଇନ ଲାଗୁ ପରେ ଓଡିଶାରେ ଏହା ସବୁଠାରୁ ବଡ ପଦକ୍ଷେପ ହୋଇଥିବା ବେଳେ ଦେଶର ମଧ୍ୟ ଏହା ସବୁଠାରୁ ବଡ ଜରିମାନା ।