ଆମକୁ ମୃତ୍ୟୁ ଦିଅ ! କାହିଁକି ୫୦୦୦ ଚାଷୀ ଏକାଥରକେ ମାଗିଲେ ‘ଇଚ୍ଛାମୃତ୍ୟୁ’

43

ଯିଏ ପୂରା ଦେଶର ଭୋକ ମେଣ୍ଟାଉଛି ତାହାର ଦୁଃଖ ବୁଝିବାକୁ କେହି ନାହିଁ । ପ୍ରତିଦିନ ଦେଶରେ କେଉଁଠି ନା କେଉଁଠି ଚାଷୀ ମୃତ୍ୟୁ ଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ଏଭଳି ସମୟରେ ଏକାଥରକେ ୫୦୦୦ ହଜାର ଚାଷୀ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି । ଗୁଜୁରାଟର ଭାବନଗର ଜିଲ୍ଲାରେ ରାଜ୍ୟ ବିଦ୍ୟୁତ କମ୍ପାନୀ ଦ୍ୱାରା ଭୂମି ଅଧିଗ୍ରହଣ କରାଯିବାରୁ ୫୦୦୦ରୁ ଉଦ୍ଧ୍ୱର୍ ନାରାଜ ଚାଷୀ ଇଛା ମୃତ୍ୟୁର ଅନୁମତି ମାଗିଛନ୍ତି । କୃଷକ ମାନଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା କୃଷକ ସଂଗଠନର ଏକ ନେତା ମଙ୍ଗଳବାର ଦିନ ଇଛାମୃତ୍ୟୁ ପାଇଁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗୁଜରାଟର ଖେଦୁତ ସମାଜର ସଦସ୍ୟ ନରେନ୍ଦ୍ର ସିଂହ ଗୋହିଲ କହିଛନ୍ତି , ଜମି ଅଧିଗ୍ରହଣ ଦ୍ୱାରା ଗୁଜରାଟର ୧୨ଟି ପ୍ରଭାବିତ ଗ୍ରାମର ୫୩୫୯ କୃଷକ ଏବଂ ତାଙ୍କର ପରିବାର ବର୍ଗ ଇଛାମୃତ୍ୟୁ ପାଇବା ପାଇଁ ଇଛା ପ୍ରକାଶ କରିଛନ୍ତି ।

ଇଚ୍ଛା ମୃତ୍ୟୁ ପାଇଁ କୃଷକ ଏବଂ ସେମାନଙ୍କ ପରିବାର ଲୋକଙ୍କ ଦ୍ୱାରା ଆବେଦନ କରାଯାଇଥିବା ଆବେଦନ ପତ୍ରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି । ଭଗବାନ ନଗରର ଜିଲ୍ଲା ଅଧିକାରୀ ହର୍ଷଦ ପଟେଲଙ୍କ କହିବା ଅନୁଯାୟୀ, କୃଷକ ମାନେ କଲେକ୍ଟ୍ରେଟ୍ ରେଜଷ୍ଟ୍ରି ଶାଖାକୁ ଏକ ଆବେଦନ ପତ୍ର ପଠାଇଛନ୍ତି । ଯେଉଁଥିରେ ଇଚ୍ଛାମୃତ୍ୟୁ ଦେବାକୁ ୫୦୦୦ ହଜାର ଚାଷୀ ଅନୁରୋଧ କରିଛନ୍ତି ।