‘ବୁଲବୁଲ’ ପାଇଁ ମଝି ସମୁଦ୍ରରେ ଫସିଗଲା ପଶ୍ଚିମବଙ୍ଗର ୫୦ ବୋଟ୍ । ଓଡିଶା ସରକାରଙ୍କ ସହାୟତାରେ ଧାମରାରେ ଲାଗିଲା ୯ଟି, ଏବେବି ଫସିଛି ୪୧ ବୋଟ୍

2,002

କନକ ବ୍ୟୁରୋ: ‘ବୁଲବୁଲ’ ପାଇଁ ଫସିଗଲା ବୋଟ୍ । ମଝି ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କ ବୋଟ । ମେଦିନପୁର କଂଟାଇ ନିକଟରେ ପଶ୍ଚିମବଙ୍ଗର ୫୦ ବୋଟ ଫସିଯାଇଥିଲା । ତେବେ ବୋଟ୍ ଉଦ୍ଧାର ପାଇଁ ଓଡିଶା ସରକାରଙ୍କୁ ପଶ୍ଚିମବଙ୍ଗ ସରକାର ସହାୟତା ମାଗିବା ପରେ ବର୍ତ୍ତମାନ ସୁଦ୍ଧା ୯ଟି ବୋଟ ଧାମରା କୂଳରେ ଲାଗିଛି । ଏବେବି ମଝି ସମୁଦ୍ରରେ ୪୧ ବୋଟ୍ ଫସି ରହିଛି ।

ତେବେ ଫସିଥିବା ବୋଟର ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା ମିଳିଛି । କଂଟାଇ ଉପକୂଳ ପାଖରେ ଥିଲେ ମଧ୍ୟ ବାତ୍ୟା ବୁଲବୁଲ ସେହିବାଟ ଦେଇ ଗତି କରୁଥିବାରୁ ମତ୍ସ୍ୟଜୀବୀମାନେ ସେହି ବାଟରେ ଫେରିବା ବିପଦଜ୍ଜନକ ହୋଇପଡିଛି । ଏହା ଜଣା ପଡିବା ପରେ ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳରେ ସହଯୋଗ ଯୋଗାଇ ଦେବାକୁ ଓଡିଶା ସରକାରଙ୍କୁ ଅନୁରୋଧ କରିଥିଲେ ପଶ୍ଚିମବଙ୍ଗ ସରକାର ।

ସହଯୋଗ ଯୋଗାଇ ଦେବାକୁ ଓଡିଶା ସରକାରର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପଶ୍ଚିମବଙ୍ଗର ମୁଖ୍ୟ ସଚିବ । ସମସ୍ତ ସହଯୋଗ ପାଇଁ ଆଶ୍ୱାସନା ଦେଇଥିଲେ ଓଡିଶା ସରକାର । ମଝି ସମୁଦ୍ରରେ ଫସିରହିଥିବା ବୋଟ୍ ଗୁଡିକ ଏବେ ଧାମରା ଆଡକୁ ମୁହାଁଇଥିବା ସୂଚନା ମିଳିଛି ।