ଏବେ ସମଗ୍ର ବିଶ୍ୱରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସ୍ୱାସ୍ଥ୍ୟାବସ୍ଥା । କୋଡ଼ିଏ ରୁ ଚାଳିଶ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ଠାରେ ଉଚ୍ଚ ରକ୍ତଚାପ ମାଡ଼ି ଚାଲିଛି। ରକ୍ତଚାପ ନିୟନ୍ତ୍ରଣ କରିବାକୁ ଖାଦ୍ୟର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏବେ ଶୀତଋତୁ। ରକ୍ତଚାପ ନିୟନ୍ତ୍ରଣ କରିବାକୁ ଏଇ ୫ଟି ଶୀତଦିନିଆ ପରିବା ଭଲ କାମ ଦିଏ।
ଗାଜର: ଗାଜରେ ପୂରି ରହିଛି ପଟାସିୟମ୍। ପଟାସିୟମ୍ ରକ୍ତ ନଳୀ ଓ ଧମନୀର ଉତ୍ତେଜନା ହ୍ରାସ କରି ସୋଡିୟମ୍ର ମନ୍ଦ ପ୍ରଭାବକୁ ଊଣା କରାଯାଏ। ଏହା ଧମନୀ ମଧ୍ୟସ୍ଥ ରକ୍ତପ୍ରବାହ ପଥ କ୍ଷୀଣ କରାଇ ଦେଉ ନ ଥିବାରୁ ଷ୍ଟ୍ରୋକ୍ର ଆଶଙ୍କା କମାଇ ଦିଏ। ଗାଜରକୁ ଝୋଳ, ସିଝା ବା ରସ କରି ଖାଇ ପାରିବେ।
ବିଟ୍: ବିଟ୍ରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ରକ୍ତଚାପ ଓ ଚର୍ବିଭାଗ କମାଇ ଦିଏ। ଏଥିରେ ଥିବା ଭିଟାମିନ୍ ବି ସ୍ନାୟୁତନ୍ତ୍ରୀଗୁଡ଼ିକୁ ସକ୍ରିୟ କରାଇଥାଏ। ବିଟ୍ରେ ଥିବା ପ୍ରଚୁର ନାଇଟ୍ରେଟ୍ରୁ ନାଇଟ୍ରିକ୍ ଅକ୍ସାଇଡ୍ ବାସ୍ପ ନିର୍ଗତ ହୁଏ। ଏହି ବାସ୍ପ ରକ୍ତବାହୀ ନଳୀଗୁଡ଼ିକୁ ଶାନ୍ତ କରି ରକ୍ତଚାପ କମାଇ ଦିଏ। ବିଟ୍କୁ ରସ କରି ପିଇବା ଉଚିତ।
ପାଳଙ୍ଗ: ପାଳଙ୍ଗରେ ରହିଛି ପଟାସିୟମ୍ ଏବଂ ଲ୍ୟୁଟିନ୍। ଲ୍ୟୁଟିନ୍ ଧମନୀ ଭିତରପଟ ମୋଟେଇ ବଢ଼ାଇ ଦେଉ ନ ଥିବାରୁ ହୃଦ୍ଘାତ ଆଶଙ୍କା କମ୍ ହୋଇଥାଏ। ଏଥିରେ ଥିବା ପଟାସିୟମ୍, ଫୋଲେଟ୍ ଏବଂ ମାଗ୍ନେସିୟମ୍ ରକ୍ତଚାପ ବଢ଼ାଇ ଦିଏ ନାହିଁ। ଏହାକୁ ସାଲାଡ୍, ସ୍ୟାଣ୍ଡ୍ଉଇଚ୍ ଏବଂ ଚଟଣି କରି ଖାଇହେବ।
ମୂଳା: ମୂଳାରେ ବି ପଟାସିୟମ୍ ରହିଛି। ଏହା ରକ୍ତଚାପ ନିୟନ୍ତ୍ରଣ କରାଇବାକୁ ଖୁବ୍ ଭଲ କାମ କରେ। ମୂଳାକୁ ସାଲାଡ୍ ବା ଝୋଳ କରି ଖାଇବା ଭଲ।
ମେଥି: ଉଭୟ ମେଥି ଓ ମେଥି ଶାଗରେ ରହିଛି ଦ୍ରବଣୀୟ ତନ୍ତୁ। ଏହି ତନ୍ତୁ ରକ୍ତରୁ ଚର୍ବି ଭାଗ କମାଇବାରେ ସହାୟକ ହୋଇଥାଏ। ଏହାଛଡ଼ା ଏହି ତନ୍ତୁ ସବୁ ରକ୍ତଚାପ ଧୀମା କରାଇଥାଏ। ଏହାଛଡ଼ା ଏଥିରେ ସୋଡିୟମ୍ ପରିମାଣ ବି ଖୁବ୍ କମ୍।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/plant-based-diet.jpg)
/kanak/media/post_attachments/wp-content/uploads/2018/11/Carrot-Parsnip-Beet-Raw-Greens-1200x500-300x125.png)
/kanak/media/post_attachments/wp-content/uploads/2018/11/spinach-1-300x212.jpg)
/kanak/media/post_attachments/wp-content/uploads/2018/11/417-300x182.png)
/kanak/media/post_attachments/wp-content/uploads/2018/11/26793274-낫-과일-호로-파-kasuri-methi-삼엽-틴-잎으로-재배-한-허브-말단-송이에-노란색-꽃과-낫-모양의-과일-향료-차양-및-향신료에-사용되는-마른-잎-300x200.jpg)