ଆଇସିସି ପରେ ସଚିନ୍ ବାଛିଲେ ନିଜର ବିଶ୍ୱକପ୍ ଟିମ୍ । ଦଳରେ ମିଳିଲାନି ଏହି ବଡ ଖେଳାଳିଙ୍କୁ ସ୍ଥାନ ।

1,711

ଗତକାଲି ଆଇସିସି ନିଜର ବିଶ୍ୱକପ୍ ଟିମ୍ ବାଛିଥିବା ବେଳେ ଆଜି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ନିଜର ବିଶ୍ୱକପ୍ ଟିମ୍ ବାଛିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ୧୧ ଖେଳାଳିଙ୍କୁ ନିଜ ବିଶ୍ୱକପ ଟିମରେ ସ୍ଥାନ ଦେଇଛନ୍ତି ସଚିନ୍ । ସବୁଠୁ ବଡ କଥା ହେଲା ସଚିନଙ୍କ ଏହି ଟିମରେ ୫ ଜଣ ଭାରତୀୟ ସ୍ଥାନ ପାଇଥିଲେ ମଧ୍ୟ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନିଜ ଟିମରେ ସ୍ଥାନ ଦେଇନାହାନ୍ତି । ଏହି ଟିମର ଅଧିନାୟକ ଭାବେ କେନ ୱିଲୟମସନଙ୍କୁ ବାଛିଛନ୍ତି ସଚିନ୍ ।

ସଚିନଙ୍କ ଟିମରେ ରୋହିତ, ବିରାଟ,ହାର୍ଦ୍ଦିକ, ରବୀନ୍ଦ୍ର ଜାଡେଜ ଓ ଯଶପ୍ରୀତ ବୁମରାହଙ୍କୁ ସ୍ଥାନ ମିଳିଛି । ଏହାଛଡା ଇଂଲଣ୍ଡରୁ ୩, ବାଂଲାଦେଶରୁ ୧, ଅଷ୍ଟ୍ରେଲିଆରୁ ୧ ଓ ନ୍ୟୁଜିଲାଣ୍ଡରୁ ଜଣେ ଖେଳାଳିଙ୍କୁ ନିଜ ବିଶ୍ୱକପ ଟିମରେ ନେଇଛନ୍ତି ସଚିନ୍ । ରୋହିତ ଓ ବେୟାରଷ୍ଟୋଙ୍କୁ ଓପନିଂ ଯୋଡି ଭାବେ ଦଳରେ ସାମିଲ କରିଛନ୍ତି ସଚିନ୍ । ସେହିଭଳି ତୃତୀୟ ନମ୍ବରରେ କେନ ୱିଲୟମସନ, ଚତୁର୍ଥ ସ୍ଥାନରେ ବିରାଟ କୋହଲି, ପଞ୍ଚମ ସ୍ଥାନ ପାଇଁ ସାକିବ-ଅଲ-ହାସନଙ୍କୁ ବାଛିଛନ୍ତି ସଚିନ୍ । ଏହାଛଡା ଅଲରାଉଣ୍ଡର ଭାବେ ପାଣ୍ଡ୍ୟା,ଷ୍ଟୋକ୍ସ ଓ ଜାଡେଜା ଓ ଦ୍ରୁତ ବୋଲର ଭାବେ ମିଚେଲ ଷ୍ଟାର୍କ, ଜୋର୍ଫା ଆର୍ଚର ଓ ଯଶପ୍ରୀତ୍ ବୁମରାହଙ୍କୁ ନିଜ ବିଶ୍ୱକପ ଟିମ୍ ପାଇଁ ଚୟନ କରିଛନ୍ତି ସଚିନ୍ ।

ଏହାପୂର୍ବରୁ ଗତକାଲି ଆଇସିସି ନିଜର ବିଶ୍ୱକପ୍ ଟିମର ଚୟନ କରିଥିଲା । ଯେଉଁଥିରେ ଦୁଇ ଭାରତୀୟ ସ୍ଥାନ ପାଇଥିଲେ । ରୋହିତ ଓ ବୁମରାହଙ୍କୁ ବିଶ୍ୱର ଶ୍ରେଷ୍ଠ ଏକାଦଶ ମଧ୍ୟରେ ସ୍ଥ୍ାନ ଦେଇଥିଲା ଆଇସିସି । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏହି ଟିମ୍ ପାଇଁ ଚୟନ କରିନଥିଲା ଆଇସିସି ।