୫ ଦିନ ତଳର ପୁରୁଣା ପାସ୍ତା ଖାଇ ଶୋଇଥିବା ଯୁବକର ଅବସ୍ଥା ହେଲା ଗମ୍ଭୀର ! ଡାକ୍ତରଖାନା ନେଉ ନେଉ ରାସ୍ତାରେ ଚାଲିଗଲା ଜୀବନ ।

326

ଆମେରିକାର ଜଣେ ୨୦ ବର୍ଷୀୟ ଯୁବକର ପାସ୍ତା ଯୋଗୁଁ ଅକାଳରେ ଜୀବନ ଚାଲିଯାଇଛି । ୫ ଦିନ ପୁରୁଣା ପାସ୍ତା ଖାଇବା ଯୋଗୁଁ ଏଜେ ନାମକ ଯୁବକର ମୃତ୍ୟୁ ହୋଇଯାଇଛି । ୫ ଦିନ ପୂର୍ବରୁ ପ୍ରସ୍ତୁତ କରିଥିବା ଯୁବକ ଏଥିରୁ କିଛି ଖାଇ ବଳକା ରୋଷେଇ ଘରେ ହିଁ ରଖିଦେଇଥିଲେ । ଏଜେଙ୍କ ରୁମମେଟ୍ ଦୁଇଦିନ ପରେ ଏଥିରୁ କିଛି ଖାଇ ପୁଣି ବଳକା ପାସ୍ତାକୁ ଫ୍ରିଜରେ ରଖନ୍ତି । ତିନି ଦିନ ପର୍ଯ୍ୟନ୍ତ ଏହି ପାସ୍ତା ଫ୍ରିଜରେ ହିଁ ଥିଲା । ପାଞ୍ଚଦିନ ପରେ ଏଜେ ଏହି ପାସ୍ତାକୁ ଫ୍ରିଜରୁ ବାହାର କରି ମାଇକ୍ରୋୱେଭରେ ଗରମ କରି ଖାଇଥିଲେ । ଏଜେକୁ ଏହି କଥାର ଧ୍ୟାନ ହି ନଥିଲା ଯେ ପାସ୍ତା ୫ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ।

ପାସ୍ତା ଖାଇବା ପରେ ଏଜେଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଲା । ମୁଣ୍ଡବ୍ୟଥା,ପେଟବ୍ୟଥା ଏବଂ ଛାତି ଯନ୍ତ୍ରଣା ଭଳି ଅସୁବିଧା ଦେଖାଗଲା । ଅଳ୍ପ ସମୟ ପରେ ବାନ୍ତି ମଧ୍ୟ ହେବାକୁ ଲାଗିଲା । ପ୍ରଥମେ ଏହା ଫୁଡ୍ ପଏଜନିଂ ମାମଲା ଭଳି ଲାଗିଲା । ଏଥିପାଇଁ ସେ ମେଡିସିନ୍ ଖାଇ ବହୁତ ପାଣି ମଧ୍ୟ ପିଇବାକୁ ଲାଗିଲେ ଏବଂ ଶୋଇବାକୁ ଚେଷ୍ଟା କଲେ । ଯେତେବେଳେ ସେ ଆଖି ଖୋଲିଲେ ତାଙ୍କ ଦେହ ସଂପୂର୍ଣ୍ଣ ଝାଳରେ ଗାଧୋଇଲା ଭଳି ଦେଖାଯାଉଥିଲା । ଅତ୍ୟଧିକ ଝାଳ ଦେଖି ସେ ଚେତାଶୂନ୍ୟ ହୋଇଗଲେ । ଏଜେଙ୍କ ଅବସ୍ଥା ଶୋଚନୀୟ ଦେଖି ସାଙ୍ଗ ତୁରନ୍ତ ଆମ୍ବୁଲାନ୍ସ ଡକାଇଥିଲେ । କିନ୍ତୁ ଦୁଃଖର ବିଷୟ ହସ୍ପିଟାଲ୍ ପହଞ୍ଚୁ ପହଞ୍ଚୁ ଏଜେଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଏଜେଙ୍କ ମୃତ୍ୟୁ ଫୁଡ୍ ପଏଜନିଂ ଦ୍ୱାରା ହେବା କଥା ଜାଣିବାକୁ ମିଳିଲା । ତାଙ୍କ ପେଟରୁ ବହୁତ ଦିନ ପୁରୁଣା ପାସ୍ତାର ଅଂଶ ମିଳିଥିଲା । ଡାକ୍ତରଙ୍କ କହିବାନୁସାରେ ପାସ୍ତାରେ ଏଭଳି ବ୍ୟାକ୍ଟେରିଆ ଜମାଟ ବାନ୍ଧିଥିଲେ ଯେ ଶରୀରକୁ ଏହା ଯିବା ପରେ ଜହର ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ବାନ୍ତି ହେବା ସହ ଏଜେଙ୍କ ମୃତ୍ୟୁ ହୋଇଗଲା । ସବୁଠୁ ବଡ କଥା ହେଉଛି ତାଙ୍କ ପେଟରୁ ପେଟବ୍ୟଥା ମେଡିସିନ୍ ମଧ୍ୟ ମିଳିଥିଲା । ଯାହା ତାଙ୍କ ଅବସ୍ଥା ଆହୁରି ବିଗାଡିଦେଲା ଏବଂ ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡିଲା ଏବଂ ଲିଭର ଖରାପ ହୋଇଗଲା । ଡାକ୍ତରଙ୍କ କହିବାନୁସାରେ ଅଧିକ ଲୋକ ଏଭଳି କରୁଥିଲେ ବି ଯଦି ନୁଡଲ୍ସ କିମ୍ବା ପାସ୍ତାରୁ କୌଣସି ଦୁର୍ଗନ୍ଧ ବାହାରୁଛି ତେବେ ଏହାକୁ ଖାଇବାର ଭୁଲ୍ ଆଦୌ କରନ୍ତୁ ନାହିଁ ।