ଦଶମ ପାସଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳରେ ବାହାରିଲା ନିଯୁକ୍ତି ! ୫୬୭୧୭ ହଜାର ସିପାହୀଙ୍କ ପାଇଁ ବାହାରିଲା ବିଜ୍ଞପ୍ତି । 

80

କର୍ମଚାରୀ ଚୟନ ଆୟୋଗ (ଏସଏସସି) କେନ୍ଦ୍ରୀୟ ସୁରକ୍ଷା ବଳରେ କନେଷ୍ଟବଳ -୨୦୧୭ ସିଆରପିଏଫ୍, ଆଇଟିବିପି, ବିଏସଏଫ୍, ସିଆଇଏସଏଫ୍, ଏସଏସବି, ଏବଂ ରାଇଫଲ୍ ଚାଳନା ପାଇଁ ୫୬୭୧୭ ହଜାର ସିପାହୀଙ୍କୁ ଭର୍ତ୍ତି କରିବା ପାଇଁ ବିଜ୍ଞପ୍ତି ବାହାରିଛି । ତେବେ ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ବିବରଣୀ ଉପରେ ଧ୍ୟାନ ଦିଅନ୍ତୁ ।

 

ପଦବୀ ସଂଖ୍ୟା : ୫୬୭୧୭ ।

ଯୋଗ୍ୟତା  : ନିଯୁକ୍ତିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ ପାସ୍ କରିବା ଆବଶ୍ୟକ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୩ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା : କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା କାର୍ୟ୍ୟ ଆରମ୍ଭ କରାଯିବ ଏବଂ ଏସଏସବି ପରୀକ୍ଷା ଏବଂ ସାକ୍ଷାତକାରରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଏହି ପରୀକ୍ଷା ଅନଲାଇନ୍ ମାଧ୍ୟମରେ ହେବ ଏବଂ ୧୩ ଜୁନ୍ ରୁ ୭ ଜୁଲାଇ ମଧ୍ୟରେ ହେବ । ତେବେ ଅଧିକ ଜାଣିବା ପାଇଁ ଆବେଦନକାରୀ www.ssc.nic.in ୱେବସାଇଟକୁ ଯାଇ ଅଧିକ ଜାଣିପାରିବେ ।