କର୍ମଚାରୀ ଚୟନ ଆୟୋଗ (ଏସଏସସି) କେନ୍ଦ୍ରୀୟ ସୁରକ୍ଷା ବଳରେ କନେଷ୍ଟବଳ -୨୦୧୭ ସିଆରପିଏଫ୍, ଆଇଟିବିପି, ବିଏସଏଫ୍, ସିଆଇଏସଏଫ୍, ଏସଏସବି, ଏବଂ ରାଇଫଲ୍ ଚାଳନା ପାଇଁ ୫୬୭୧୭ ହଜାର ସିପାହୀଙ୍କୁ ଭର୍ତ୍ତି କରିବା ପାଇଁ ବିଜ୍ଞପ୍ତି ବାହାରିଛି । ତେବେ ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ବିବରଣୀ ଉପରେ ଧ୍ୟାନ ଦିଅନ୍ତୁ ।
ପଦବୀ ସଂଖ୍ୟା : ୫୬୭୧୭ ।
ଯୋଗ୍ୟତା : ନିଯୁକ୍ତିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ ପାସ୍ କରିବା ଆବଶ୍ୟକ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୩ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।
ଆବେଦନ ପ୍ରକ୍ରିୟା : କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା କାର୍ୟ୍ୟ ଆରମ୍ଭ କରାଯିବ ଏବଂ ଏସଏସବି ପରୀକ୍ଷା ଏବଂ ସାକ୍ଷାତକାରରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଏହି ପରୀକ୍ଷା ଅନଲାଇନ୍ ମାଧ୍ୟମରେ ହେବ ଏବଂ ୧୩ ଜୁନ୍ ରୁ ୭ ଜୁଲାଇ ମଧ୍ୟରେ ହେବ । ତେବେ ଅଧିକ ଜାଣିବା ପାଇଁ ଆବେଦନକାରୀ www.ssc.nic.in ୱେବସାଇଟକୁ ଯାଇ ଅଧିକ ଜାଣିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/2725082016094537.jpg)
/kanak/media/post_attachments/wp-content/uploads/2018/06/Capture-17-300x181.jpg)