ବିରାଟଙ୍କ ବଡ ଶତକ । ଦିନିକିଆରେ ୪୨ ତମ ଶତକ ହାସଲ କଲେ କ୍ୟାପଟେନ କୋହଲି, ଭାଙ୍ଗିଲା ଅନେକ ରେକର୍ଡ ।

389

ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟଙ୍କ ବଡ ଶତକ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ସହ ଦିନିକିଆରେ ୪୨ ତମ ଶତକ ହାସଲ କରିଛନ୍ତି କ୍ୟାପଟେନ କୋହଲି । ଏହାସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲି । ଅଧିନାୟକ ଭାବେ କୌଣସି ଦଳ ବିପକ୍ଷରେ ୬ଟି ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି । ସେହିଭଳି କୌଣସି ଖେଳାଳି ଭାବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ୮ଟି ଶତକ ହାସଲ କରିବାର ନିଆରା ରେକର୍ଡ ମଧ୍ୟ ହାସଲ କରିଛନ୍ତି କ୍ରିକେଟର କିଙ୍ଗ ।

ଏହି ମ୍ୟାଚରେ ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି କ୍ୟାପଟେନ କୋହଲି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଦ୍ୱିତୀୟ ଦିନିକିଆରେ ବିରାଟ ୧୯ ରନ୍ ଛୁଇଁବା ମାତ୍ରେ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛି । ଏହାସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ସର୍ବାଧିକ ରେକର୍ଡ ନିଜ ନାଁରେ କରିଛନ୍ତି ବିରାଟ । ଏହାସହ ଦୀର୍ଘ ୨୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି କୋହଲି ।

ଏହାପୂର୍ବରୁ ମିଆଁଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୪ଟି ଇନିଂସରୁ ୧୯୩୦ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ସାମିଲ ରହିଛି । ଶେଷ ଥର ପାଇଁ ୧୯୯୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ମିଆଁଦାଦ । ତେବେ ବିରାଟ କୋହଲି ମାତ୍ର ୩୪ଟି ଇନିଂସରୁ ୭୧.୫୧ ଆଭରେଜରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ସ୍କୋର କରିବାର ତାଜ୍ ପିନ୍ଧିଛନ୍ତି । ମୋଟ ୭ଟି ଶତକ ମାରିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି କୋହଲି ।

ଦିନିକିଆରେ କୋହଲି ଶ୍ରୀଲଙ୍କା ବିପକ୍ଷରେ ସବୁଠୁ ଅଧିକ ସ୍କୋର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୪୬ଟି ଇନିଂସରୁ ୨୨୨୦ ରନ୍ କରିଛନ୍ତି ବିରାଟ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ୩୫ଟି ଇିନଂସରୁ ୮ଟି ଶତକ ସହ ୧୭୨୭ ରନ୍ ହାସଲ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ।