ପ୍ରେମର ପ୍ରତୀକ ମହଙ୍ଗା ! ତାଜମହଲ ଦେଖିବା ପାଇଁ ଟିକେଟର ମୂଲ୍ୟ ହେଲା ୧୦୦୦ ଟଙ୍କା, ବୁଲିଯିବା ପୂର୍ବରୁ ଜାଣିନିଅନ୍ତୁ ନୂଆ ନିୟମ

62

ଦୁନିଆର ସପ୍ତାଶ୍ଚର୍ଯ୍ୟ ଭିତରେ ତାଜମହଲ ପୂରା ବିଶ୍ୱରେ ପରିଚିତ । ତାଜମହଲର ସୁନ୍ଦର କାରୁକାର୍ଯ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି । କିନ୍ତୁ ଏଣିକି ପ୍ରେମର ପ୍ରତୀକ ତାଜମହଲ ବୁଲିବା ମହଙ୍ଗା ହେବାକୁ ଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତାଜମହଲର ସଂରକ୍ଷଣ ପାଇଁ କିଛି ନୂଆ ପଦକ୍ଷେପ ନେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ପର୍ଯ୍ୟଟକଙ୍କ ପକେଟ ଉପରେ ପଡିବାକୁ ଯାଉଛି ।

Agra-beyond-the-Taj-Mahalପ୍ରତ୍ନତତ୍ତ୍ୱ ବିଭାଗ ଆଣିବାକୁ ଥିବା ନୂଆ ନିୟମ ଅନୁଯାୟୀ ଏଣିକି ପ୍ରତିଦିନ ତାଜମହଲ ବୁଲିବା ପାଇଁ ପ୍ରତିଦିନ ୪୦ ହଜାର ପର୍ଯ୍ୟଟକଙ୍କୁ ଛଡାଯିବ ଏତଦବ୍ୟତୀତ ଏହି ମୋଗଲ ସ୍ମାରକୀ ପରିସରରେ ପର୍ଯ୍ୟଟକ ଅତି ବେଶିରେ ତିନି ଘଣ୍ଟା ସମୟସୀମା ପର୍ଯ୍ୟନ୍ତ ବୁଲିପାରିବେ । ଏନେଇ ନିଷ୍ପତି ନିଆସରିଛି । କିଛି ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ଉପଲବ୍ଧ ହେବ । କିନ୍ତୁ ପ୍ରତିଦିନ ୪୦,୦୦୦ ଟିକେଟ ବିକ୍ରି ହେବା ପରେ ଏହାକୁ ବନ୍ଦ କରାଯିବ । ଏହାଛଡା ଯେଉଁ ଲୋକ ତାଜମହଲର ମୁଖ୍ୟ ବେସମେଣ୍ଟ ଦେଖିବାକୁ ଚାହିଁବେ ସେମାନଙ୍କ ପାଇଁ ୧୦୦ ଟଙ୍କା ଟିକେଟ ସ୍ଥିର କରାଯାଇଥିବା ବେଳେ ଯେଉଁମାନେ ଏହାକୁ ନ ଦେଖିବେ ତାଙ୍କ ପାଇଁ ଟିକେଟର ମୂଲ୍ୟ ୫୦ ଟଙ୍କା ସ୍ଥିର କରାଯାଇଛି ।

୪୦୦୦୦ ହଜାର ପର୍ଯ୍ୟଟକଙ୍କୁ ପର୍ଯ୍ୟାୟକ୍ରମେ ତାଜମହଲ ଦେଖିବା ପାଇଁ ଭିତରକୁ ଛଡାଯିବ । ସକାଳୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ୨୦ ହଜାର ପର୍ଯ୍ୟଟକଙ୍କୁ ଭିତରକୁ ଛଡା ଯିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୨୦ ହଜାର ଲୋକ ତାଜମହଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତାଜମହଲକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଟିକେଟର ମୂଲ୍ୟ ୧୦୦୦ ଟଙ୍କା ସ୍ଥିର କରାଯାଇଛି । ତେବେ ୪୦ ହଜାର ଟିକେଟ ବୁକ୍ ହେବା ପରେ ଯେଉଁ ଭାରତୀୟ ନାଗରିକ ତାଜମହଲ ଦେଖିବା ପାଇଁ ଚାହିଁବେ ସେମାନେ ବିଦେଶୀ ପର୍ଯ୍ୟଟକଙ୍କ ଭଳି ୧୦୦୦ ଟଙ୍କା ଦେଇ ତାଜମହଲ ଦେଖିପାରିବେ । ପିକନିକ ଋତୁରେ ପ୍ରତିଦିନ ୬୦-୭୦ ହଜାର ପଯ୍ୟଟକ ତାଜମହଲ ପରିଦର୍ଶନ କରୁଥିବାରୁ ଏଭଳି ନୂଆ ନିୟମ ଆସିଛି ।