ଦିଲ୍ଲୀରୁ ଆସିଲା ଦୁଃଖ ଖବର ! ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ଜାତୀୟ ଭାରୋତ୍ତୋଳନକାରୀ , ୨ ଗୁରୁତର ଆହତ

33

କନକ ବ୍ୟୁରୋ : ୪ ରତ୍ନକୁ ହରାଇଲା ଭାରତ । ସକାଳୁ ସକାଳୁ ଦିଲ୍ଲୀରୁ ଆସିଛିି ଦୁଃଖଦ ଖବର । ଦିଲ୍ଲୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭାରତର ୪ ଜାତୀୟ ଭାରୋତ୍ତୋଳନକାରୀ ଖେଳାଳି । ୨ ଜଣ ଭାରଉତ୍ତୋଳନକାରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଖେଳାଳି ଭାରୋତ୍ତୋଳନରେ ଜାତୀୟ ଚାମ୍ପିୟନ ଥିଲେ । ଦିଲ୍ଲୀ ପାନିପଥ ଜାତୀୟ ରାଜପଥର ସିନ୍ଧୁ ବର୍ଡର ନିକଟରେ ଏହି ଭୟାନକ ଦୁର୍ଘଟଣା ହୋଇଥିଲ । ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ଗୁରୁତର ଆହତଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।

62399301ସୂଚନା ଅନୁସାରେ, ଏହି ୬ ଖେଳାଳି ଖେଳିବାକୁ ସ୍ୱିଫ୍ଟ ଡିଜାୟର ଗାଡିରେ ଯାଉଥିବା ବେଳେ ଘନକୁହୁଡି ଯୋଗୁଁ ରାସ୍ତାର ଡିଭାଇଡର ସହ ପିଟି ହୋଇଥିଲା । ଫଳରେ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା କଡର ଖମ୍ବ ସହ ପିଟି ହୋଇଥିଲା । କାରଟି ଖମ୍ବରେ ଏତେ ଜୋରରେ ପିଟି ହୋଇଥିଲା ଯେ, କାରର ଉପରିଭାଗ ଉଡିଯିବା ସହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା । ଏପରିିକି ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଗାଡିରେ ବସିଥିବା ଖେଳାଳି କିଛି ମିଟର ଯାଏଁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ୪ ଜଣ ଖେଳାଳିଙ୍କ ଜୀବନଦୀପ ଲିଭିଯାଇଥିଲା । ଦୁର୍ଘଟଣାରେ ବିଶ୍ୱ ଚାମ୍ପିୟନ ସକ୍ଷମ ଯାଦବ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୩ ଜଣ ଖେଳାଳିଙ୍କୁ ଚିହ୍ନଟ କରାଯାଇଥଇବାବେଳେ ଅନ୍ୟ ଜଣକୁ ଚିହ୍ନଟ କରାଯାଇପାରିନାହିଁ ।