ରାଜ୍ୟ ପାଇଁ ଗର୍ବ, ଏସିଆନ୍ ଗେମସରେ ଖେଳିବେ ୪ ଓଡିଆ ଝିଅ ।

98

କନକ ବ୍ୟୁରୋ : ଏସିଆନ୍ ଗେମସ-୨୦୧୮ରେ ଖେଳିବେ ୪ ଜଣ ଓଡିଆ ଝିଅ । ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ୍ , ଋତୁପର୍ଣ୍ଣା ପଣ୍ଡା, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଜାକର୍ତାଠାରେ ହେବାକୁ ଥିବା ଏସିଆନ୍ ଗେମସ ପାଇଁ ମନୋନୀତ ହୋଇଛନ୍ତି । ଆଜି କିଟ୍ ଓ କିସ୍ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚାରି ଚାରି ଜଣ ଓଡିଆ ଏସିଆନ୍ ଗେମ୍ସ ପାଇଁ ମନୋନୀତ ହୋଇଥିବାରୁ ଏହା ଓଡ଼ିଶା ଓ ଭାରତ ପାଇଁ ଗର୍ବର ବିଷୟ ବୋଲି କୁହାଯାଇଛି ।

କିଟ୍ ଓ କିସ୍ ଗତ ୧୦ ବର୍ଷରେ ଆନ୍ତର୍ଜାତିକ ସ୍ତରର ୭୬ କ୍ରୀଡାବିତ୍ ସୃଷ୍ଟି କରି ପାରିଥିବା ବେଳେ ୫ ହଜାରରୁ ଅଧିକ କ୍ରୀଡା ପ୍ରତିଭା ସୃଷ୍ଟି କରିଛି । ଏପରିକି ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୧୫ଟି ଆନ୍ତର୍ଜାତୀୟ ମାନର ସ୍ପୋର୍ଟସ କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯାଇଛି ବୋଲି କିଟ୍ ଓ କିସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ କହିଛନ୍ତି ।