ଏୟାର ଷ୍ଟ୍ରାଇକ୍ : ଯେତେବେଳେ ୧୨ ମିରାଜ୍ ବିମାନ ଆକାଶମାର୍ଗରେ ଉଡୁଥିଲା, ବ୍ୟାକଅପରେ ପ୍ରସ୍ତୁତ ଥିଲେ ୩୬ ସୁଖୋଇ ଓ ୫ ମିଗ୍ ବିମାନ 

252

ପୁଲୱାମା ଆକ୍ରମଣର ୧୩ତମ ଦିନରେ ଭାରତୀୟ ବାୟୁସେନା ପରାକ୍ରମ ଦେଖାଇ ପାକିସ୍ତାନରେ ପସି ବାଲାକୋଟ୍ ସମେତ ଆତଙ୍କର ତିନିଟି ବଡ ଆଡ୍ଡା ଧ୍ୱଂସ କରିଦେଲା । ଯେତେବେଳେ ଏହି ଅପରେସନ୍ ଚାଲୁଥିଲା, ସେତେବେଳେ ମଙ୍ଗଳବାର ଦିନ ସାଢ଼େ ୩ଟାରେ ୧୨ଟି ସୁପରସୋନିକ୍ ମିରାଜ ୨୦୦୦ ବିପଦଜନକ ପିଜିଏମ୍ ମିସାଇଲ ଓ ଲେଜର ଗାଇଡେଡ୍ ବୋମା ବରେଲି, ଆଗ୍ରା, ଅମ୍ବାଲା, ଗ୍ୱାଲିୟର ସହିତ କେତେକ ବିମାନ ବନ୍ଦରରେ ପ୍ରସ୍ତୁତ ଥିଲେ ।

ଶେଷ ଆଦେଶ ମିଳିବା କ୍ଷଣି ବିମାନ ଉଡିଥିଲା । ସର୍ବପ୍ରଥମେ ତଙ୍ଗଧାର ସେକ୍ଟରରୁ ୪ ସୁଖୋଇ ବିମାନ ସୀମା ଲଂଘି ଗଲେ ଓ ପାକ୍ କିଛି କରିବା ପୂର୍ବରୁ ଫେରିଆସିଲେ । ଏହାପରେ ୬ ମିରାଜ୍ ବିମାନ ଏହି ସେକ୍ଟରରୁ ପାକିସ୍ତାନୀ ସୀମାରେ ପସିଲା ଓ ୯ ମିନିଟରେ କାମ ସାରିଲା । ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିବାରେ ୨ ମିନିଟରୁ ମଧ୍ୟ କମ୍ ସମୟ ଲାଗିଲା । ଏହା ସହିତ ସଂଚାର ଟେକନିକଯୁକ୍ତ ଡ୍ରୋନ୍ ହେରାନ୍ ବି ଥିଲା ।

ଏହା ମଧ୍ୟରେ ବିକଳ୍ପରେ ୬ ମିରାଜ୍ ନିୟନ୍ତ୍ରଣରେଖା ଉପରେ ହିଁ ଉଡୁଥିବା ଦେଖାଗଲେ । ଏହା ସହିତ ହିଁ ୩୬ ସୁଖୋଇ ବିମାନ କୌଣସି ବି ସ୍ଥିତି ଠାରୁ ଲଢ଼ିବା ପାଇଁ ଭିନ୍ନ ଭିନ୍ନ ଉଚ୍ଚତାରେ ଭିନ୍ନ ଭିନ୍ନ ସେକ୍ଟରରେ ଉଡୁଥିବା ଦେଖାଗଲା । ୧୦୦ ପାରାଟ୍ରୁପର୍ସ ଏମ୍-୧୭ ହେଲିକାପ୍ଟରରେ ଏଲଓସି ଆଖପାଖରେ ନିଯୁକ୍ତ ରହିଲେ । ପାକିସ୍ତାନ ତରଫରୁ ଏଫ୍-୧୬ ବିମାନଗୁଡିକର ପ୍ରତିକ୍ରିୟାର ଆଶଙ୍କାକୁ ଦେଖି ୩୬ ସୁଖୋଇ ଓ ୫ ମିଗ୍ ବିମାନ ମୁତୟନ କରାଯାଇଥିଲା ।

ସୂଚନା ଅନୁସାରେ, ଏହି ଅପରେସନରେ ଆମେରିକାର ମଧ୍ୟ ସହଯୋଗ ନିଆଯାଇଥିଲା । ପାକିସ୍ତାନ ପାଖରେ ଆମେରିକୀୟ ଟେକନିକ୍ ଯୁକ୍ତ ରାଡାର ଅଛି, ଯାହାକୁ ଆମେରିକା ହିଁ ଜାମ୍ କରିପାରିବ । ଅପରେସନ ସମୟରେ ଆକାଶରେ ଇନ୍ଧନ ଭରୁଥିବା ଗୋଟିଏ ବିମାନ ଓ ୨ ନିରୀକ୍ଷଣ ବିମାନର ମଧ୍ୟ ପ୍ରୟୋଗ କରାଯାଇଥିଲା ।