ନବୀନଙ୍କ ମହିଳା କାର୍ଡ ! ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ।

ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ।

432

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତାବ । ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ସଂକ୍ରାନ୍ତରେ ଆସିଲା ବଡ଼ ନିଷ୍ପତି । ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ।

ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥନା ସଂରକ୍ଷଣ ରହିବା ସହ ପଂଚାୟତରେ ମଧ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପାଇଁ ସଂକଳ୍ପ ବିଲ୍ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ କେନ୍ଦ୍ର ବ୍ୟବସ୍ଥା କରିବାକୁ ଏହି ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ । ତେବେ ସଂକଳ୍ପ ପାରିତ ହେଲେ ଅନୁମୋଦନ ପାଇଁ ହେଲେ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସଂକଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏବେ ସଂକଳ୍ପ ପାରିତ ହେଲା ପରେ କେନ୍ଦ୍ର ନିଟକୁ ପଠାଯିବ । ଅନ୍ୟପଟେ ଏହି ବିଲ୍ ପାରିତ ହେଲେ ପୁରୁଷ ବିଧାୟକଙ୍କ ସହ ଏକ ତୃତୀୟାଂଶ ମହିଳା ବିଧାୟିକାଙ୍କ ପାଇଁ ସମାଜକୁ ଗଢ଼ି ତୋଳିବାରେ ବିଧାନସଭା ଗୃହରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରିବ ବୋଲି ରାଜନୈତିକ ବିଷେଜ୍ଞମାନେ ମତ ପ୍ରକାଶ କରିଛନ୍ତି ।