ବୈଜ୍ଞାନିକଙ୍କ ସାମର୍ଥ୍ୟଠାରୁ ଉର୍ଦ୍ଧରେ ଏହି ସବୁ ପ୍ରଶ୍ନ ! ଯାହାର ଉତ୍ତର ବୈଜ୍ଞାନିକମାନେ ମଧ୍ୟ ଦେଇ ପାରିନାହାନ୍ତି,ଜାଣନ୍ତୁ କ’ଣ ଏହି ସବୁ ପ୍ରଶ୍ନ ।

59

ଆଧ୍ୟାତ୍ମିକତା ପଛରେ ଲୁଚି ରହିଛି ବିଜ୍ଞାନ। ବିଜ୍ଞାନ ଆଧ୍ୟାତ୍ମିକତାର ପରିପନ୍ଥୀ ନୁହେଁ ବରଂ ସହଯୋଗୀ କହିଲେ ଠିକ୍ ହେବ। ମାତ୍ର ଆମ ଦୈନନ୍ଦିନ ଜୀବନ କଥା ହେଉ ବା ଅନ୍ୟ କିଛି ହେଉ ଏପରି ଅନେକ କଥା ଅଛି ଯାହାର ଉତ୍ତର ବିଜ୍ଞାନ ପାଖରେ ନାହିଁ। ସେଗୁଡ଼ିକ ହେଲା…
ଚେତନା କ’ଣ? ଏହି ଚେତନା ଶବ୍ଦ ଆମେ ଆଧିକାଂଶ ସମୟରେ ବ୍ୟବହାର କରିଥାନ୍ତି ମାତ୍ର ଏହା ବାସ୍ତବରେ କ’ଣ ତାହା ବୈଜ୍ଞାନିକମାନେ ଏଯାବତ୍ ଖୋଜି ପାଇନାହାନ୍ତି।ମୃତ୍ୟୁ ବିଷୟରେ ବି ବୈଜ୍ଞାନିକ ମାନେ ଏଯାବତ୍ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ପାଇ ପାରିନାହାନ୍ତି। କାହାର ଆୟୁ କେତେ ଏବଂ କାହାର ମୃତ୍ୟୁ କେମିତି ହେବ ତାହା ବି ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି।ପୂରା ବିଶ୍ୱରେ କେବଳ ମଣିଷ ହେଉଛି ଏକମାତ୍ର ବୁଦ୍ଧିମାନ ପ୍ରାଣୀ। ଏକଥା ଆମେ ସମସ୍ତେ ଜାଣନ୍ତି। ମାତ୍ର ଏହାର ପ୍ରମାଣ ମିଳିନାହିଁ, ବୈଜ୍ଞାନିକମାନେ ପାଇପାରି ନାହାନ୍ତି ।ପୃଥିବୀରେ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି। ଏହା ଦିନେ ଚରମ ସୀମାନେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ବାସ୍ତବରେ ସମୟକ୍ରମେ ଜନସଂଖ୍ୟା ବଢ଼ିବ କି କମିବ ତାହାର ଉତ୍ତର ମଧ୍ୟ ବୈଜ୍ଞାନିକଙ୍କ ପାଖରେ ନାହିଁ।ବିଶ୍ୱ ଦିନେ ଧ୍ୱଂସ ପାଇବ। ଏ ନେଇ ନାନା କାହାଣୀ ରହିଛି। ମାତ୍ର ବାସ୍ତବରେ ପୃଥିବୀ କେଉଁ ଭଳି ଭାବେ ଧ୍ୱଂସ ପାଇବ ତାହାର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ। ସ୍ୱପ୍ନ ପ୍ରତ୍ୟେକ ମଣିଷ ଦେଖନ୍ତି। କିଏ ଭଳ ତ କିଏ ମନ୍ଦ। ମାତ୍ର ଏହି ସ୍ୱପ୍ନ ବାସ୍ତବରେ କାହିଁକି ଦେଖନ୍ତି ସେକଥା ବୈଜ୍ଞାନିକମାନେ ଗବେଷଣା କରି ମଧ୍ୟ କୌଣସି ଫଳାଫଳ ପାଇପାରି ନାହାନ୍ତି।